୭୬ ବର୍ଷ ପରେ ଏଥର ଅଗଷ୍ଟ ୧୫ରେ ପଡ଼ିଛି ରାକ୍ଷୀ ପୂର୍ଣ୍ଣିମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) – ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ମୁଖ୍ୟତଃ ଏହି ହିନ୍ଦୁ ପର୍ବ  ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ସବୁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଏହି ଦିନଟିକୁ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ […]

flag1

Niharika Rout
  • Published: Wednesday, 31 July 2019
  • , Updated: 31 July 2019, 03:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) - ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ମୁଖ୍ୟତଃ ଏହି ହିନ୍ଦୁ ପର୍ବ  ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ସବୁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଏହି ଦିନଟିକୁ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ ।

ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ମାସରେ ହିଁ ପଡିଥାଏ। ଆଉ ଏଥର ଏହି ଉତ୍ସବ ପାଳନ ହେବ ୧୫ ତାରିଖରେ । ଅର୍ଥାତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିନସ ଓ ରାକ୍ଷୀ ପୂର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡ଼ୁଛି। ଅଗଷ୍ଟ ୧୫ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡ଼ିବାର ଆମେ କେବେ ବି ଶୁଣି ନ ଥିଲେ। ଏଠାରେ ଆମେ କହି ରଖୁଛୁ ଯେ,  ଶେଷ ଥର ୧୯୪୩ ମସିହାରେ ଅଗଷ୍ଟ ୧୫ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡ଼ିଥିଲା। ଅର୍ଥାତ ୭୬ ବର୍ଷ ପରେ ଗୋଟିଏ ଦିନରେ ୨ଟି ମହାନ ପର୍ବକୁ ଆମେ ପାଳନ କରିବା।

ଆମ ଦେଶରେ ପ୍ରତି ବର୍ଷ ସ୍ୱାଧିନତା ଦିବସକୁ ଜାକଜମକରେ ପାଳନ କରାଯାଇଥାଏ। ସବୁ ଭାରତୀୟ ଏହାକୁ ଗର୍ବର ସହ ପାଳନ କରିଥାନ୍ତି। ଅପରପକ୍ଷେ ରାକ୍ଷୀକୁ ମଧ୍ୟ ସବୁ ଭାଇଭଉଣୀ ଚାତକ ପରି ଅପେକ୍ଷା କରି ରହିଥାନ୍ତି। ଭାଇ ଭଉଣୀଙ୍କ ସମ୍ପର୍କକୁ ମଜବୁତ କରିଥାଏ ଏହି  ସୂତା ଖିଅ।  ତେଣୁ ଚଳିତ ବର୍ଷ ଏହି ୨ଟି ପର୍ବକୁ ଗୋଟିଏ ଦିନରେ ପାଳନ କରିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ଏହି ଦିନ ମଧ୍ୟ ଭଗବାନ ବଳରାମଙ୍କ ଜନ୍ମଦିନ ।  ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଭାଇର ଅଧିକ ଆୟୁ ପାଇଁ ପୂଜା କରିଥାଏ। ଏହା ସହ ଭଉଣୀ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ପ୍ରାର୍ଥନା କରିଥାଏ। ଅପରପକ୍ଷରେ ଭାଇ ନିଜ ଭଉଣୀକୁ ସବୁବେଳେ ରକ୍ଷା କରିବା ସହ ସବୁ ସମସ୍ୟାରୁ ଉଦ୍ଧାର କରିବା ପାଇଁ ସଂକଳ୍ପ ନେଇଥାଏ ।

 

Related story