ରିଓ ଅଲିମ୍ପିକ୍‌: ଆଜି ଟ୍ରାକ୍‌କୁ ଓହ୍ଲାଇବେ ଶ୍ରାବଣୀ

ଫୁଲବାଣୀ: ରିଓ ଅଲିମ୍ପିକ୍‌ରେ ଆଜି ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଆଥ୍‌ଲେଟ୍‌ ଶ୍ରାବଣୀ ନନ୍ଦ। ଅଲିମ୍ପିକ୍‌ର ୨୦୦ ମିଟର ମହିଳା ଇଭେଣ୍ଟରେ ଶ୍ରାବଣୀ ପ୍ରତିଦ୍ୱନ୍ଦିତା କରିବେ। ଏଥିପାଇଁ ଶୁଭ ମନାସିବା ସହ ତାଙ୍କ ସଫଳତା କାମନା କରିଛନ୍ତି ଶ୍ରାବଣୀଙ୍କ ପରିବାର ବର୍ଗ। ଶ୍ରାବଣୀଙ୍କ ଦାଦା ଗତକାଲି କହିଥିଲେ,“ସବୁ ଦେଶର ଟପ୍‌ ଆଥ୍‌ଲେଟ୍‌ମାନେ ଅଲିମ୍ପିକ୍‌ରେ ଭାଗ ନେଉଛନ୍ତି। ଆମେ ଆଶା ରଖିଛୁ ଶ୍ରାବଣୀ ମେଡାଲ୍‌ ଆଣି ରାଜ୍ୟ ଓ ଦେଶର ଗୌରବ ବଢ଼ାଇବେ। ଶ୍ରାବଣୀ ପାଇଁ ଆମର ସହଯୋଗ ଓ ଆଶୀର୍ବାଦ […]

nanda

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 09:19 PM IST

ଫୁଲବାଣୀ: ରିଓ ଅଲିମ୍ପିକ୍‌ରେ ଆଜି ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଆଥ୍‌ଲେଟ୍‌ ଶ୍ରାବଣୀ ନନ୍ଦ। ଅଲିମ୍ପିକ୍‌ର ୨୦୦ ମିଟର ମହିଳା ଇଭେଣ୍ଟରେ ଶ୍ରାବଣୀ ପ୍ରତିଦ୍ୱନ୍ଦିତା କରିବେ। ଏଥିପାଇଁ ଶୁଭ ମନାସିବା ସହ ତାଙ୍କ ସଫଳତା କାମନା କରିଛନ୍ତି ଶ୍ରାବଣୀଙ୍କ ପରିବାର ବର୍ଗ।

ଶ୍ରାବଣୀଙ୍କ ଦାଦା ଗତକାଲି କହିଥିଲେ,“ସବୁ ଦେଶର ଟପ୍‌ ଆଥ୍‌ଲେଟ୍‌ମାନେ ଅଲିମ୍ପିକ୍‌ରେ ଭାଗ ନେଉଛନ୍ତି। ଆମେ ଆଶା ରଖିଛୁ ଶ୍ରାବଣୀ ମେଡାଲ୍‌ ଆଣି ରାଜ୍ୟ ଓ ଦେଶର ଗୌରବ ବଢ଼ାଇବେ। ଶ୍ରାବଣୀ ପାଇଁ ଆମର ସହଯୋଗ ଓ ଆଶୀର୍ବାଦ ରହିଛି। ଆମ ପରମ୍ପରା ଅନୁଯାୟୀ ଯାହା ପୂଜାର୍ଚ୍ଚନା ଅଛି ଆମେ କରୁଛୁ। ଏହାସହିତ ଶ୍ରାବଣୀଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଶୁଭମନାସି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ସମୟ ଯେତିକି ପାଖେଇ ଆସୁଛି ରୋମାଞ୍ଚ ସେତିକି ବଢୁଛି।  ଆମେ ଆଶା କରୁଛୁ ଶ୍ରାବଣୀ ତାଙ୍କ ଟପ୍‌ ଫାଇଟ୍‌ରେ ସଫଳତା ପାଇବେ।”

Related story