ନିୟମର ପରିବର୍ତ୍ତନ କଲେ ସରକାର: ଜାଣନ୍ତୁ ନହେଲେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି

ନୂଆଦିଲ୍ଲୀ: ଅକ୍ଟୋବର ପହିଲାଠାରୁ କେନ୍ଦ୍ର ସରକାର କେତେକ କ୍ଷେତ୍ରରେ ପୁରୁଣା ନିୟମ ପରିବର୍ତ୍ତନ କରି ନୂଆ ନିୟମ ଲାଗୁ କରିଛନ୍ତି। ଏସବିଆଇ କ୍ଷେତ୍ରରେ କେତୋଟି ନିୟମ ପରିବର୍ତ୍ତନ କରାଯାଇଛି। ସେହିଭଳି କଲ ଦରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଉ କେଉଁ ସବୁ କ୍ଷେତ୍ରରେ କେଉଁ ନିୟମ ପରିବର୍ତ୍ତନ କରାଯାଇଛି। ଏସବିଆଇ ସେଭିଂ ଆକାଉଣ୍ଟରେ ପରିବର୍ତ୍ତନ ସେଭିଂ ବ୍ୟାଙ୍କ୍ ଆକାଉଣ୍ଟରେ ନିମ୍ନତମ ଜମାରାଶିକୁ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛି ଏସବିଆଇ। ପୂର୍ବରୁ ଏହି […]

gst

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 04:42 PM IST

ନୂଆଦିଲ୍ଲୀ: ଅକ୍ଟୋବର ପହିଲାଠାରୁ କେନ୍ଦ୍ର ସରକାର କେତେକ କ୍ଷେତ୍ରରେ ପୁରୁଣା ନିୟମ ପରିବର୍ତ୍ତନ କରି ନୂଆ ନିୟମ ଲାଗୁ କରିଛନ୍ତି। ଏସବିଆଇ କ୍ଷେତ୍ରରେ କେତୋଟି ନିୟମ ପରିବର୍ତ୍ତନ କରାଯାଇଛି। ସେହିଭଳି କଲ ଦରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଉ କେଉଁ ସବୁ କ୍ଷେତ୍ରରେ କେଉଁ ନିୟମ ପରିବର୍ତ୍ତନ କରାଯାଇଛି।

ଏସବିଆଇ ସେଭିଂ ଆକାଉଣ୍ଟରେ ପରିବର୍ତ୍ତନ

ସେଭିଂ ବ୍ୟାଙ୍କ୍ ଆକାଉଣ୍ଟରେ ନିମ୍ନତମ ଜମାରାଶିକୁ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛି ଏସବିଆଇ। ପୂର୍ବରୁ ଏହି ବ୍ୟାଙ୍କରେ ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ୫ ହଜାର ଟଙ୍କା ଜମାରାଶି ରଖିବାର ନିୟମ ଥିଲା। ଏବେ ଏହା ୩୦୦୦ ଟଙ୍କାକୁ କମାଇ ଦିଆଯାଇଛି।

ଆକାଉଣ୍ଟ କ୍ଲୋଜ କଲେ ବି କୌଣସି ଚାର୍ଜ ଲାଗିବ ନାହିଁ

ଷ୍ଟେଟ୍ ବ୍ୟାଙ୍କରେ ଆକାଉଣ୍ଟ ବନ୍ଦ କଲେ ଏଣିକି ଆଉ କୌଣସି ଚାର୍ଜ ଲାଗିବ ନାହିଁ। ଗ୍ରାହକ ଖାତା ଖୋଲିବାର ୧୪ ଦିନ ପରେ କିମ୍ବା ବର୍ଷକ ପରେ ଖାତା ବନ୍ଦ କରିପାରିବେ। କିନ୍ତୁ ଏହି ଅବଧି ଭିତରେ ଯଦି ଗ୍ରାହକ ନିଜ ଆକାଉଣ୍ଟ ବନ୍ଦ କରନ୍ତି ତାହେଲେ ୫୦୦ ଟଙ୍କା ଦେବାକୁ ପଡ଼ିବ।

ଏସବିଆଇ ସହ ସହଭାଗିତା କରିଥିବା ବ୍ୟାଙ୍କର ଚେକ୍ ଅଚଳ ହେବ

ଚଳିବ ନାହିଁ ପୁରୁଣା ଚେକବୁକ୍ । ଏସବିଆଇ ସହ ଯେଉଁ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ହୋଇଥିଲା,ଏବେ ସେହି ବ୍ୟାଙ୍କର ଚେକ୍ ଓ ଆଇଏଫଏସି କୋଡ଼ ଅକ୍ଟୋବର ୧ ତାରିଖରୁ ଅଚଳ ହୋଇଯାଇଛି।

ଶସ୍ତା ହେବ କଲ ଦର

ଅକ୍ଟୋବର ୧ ତାରିଖରୁ ମୋବାଇଲ ଫୋନରେ କଲ ରେଟ ସସ୍ତା ହୋଇଯାଇଛି। କାରଣ ଟେଲିକମ ନିୟାମକ ଟ୍ରାଇ ଅକ୍ଟୋବର ପହିଲାଠାରୁ ଇଣ୍ଟରକନେକ୍ସନ ଚାର୍ଜ କମାଇଛି। ତେଣୁ ରେଟ୍ ଖସିଆସିଛି।

ପୁରୁଣା ଏମଆରପିରେ ବିକ୍ରି ହେବନାହିଁ ସାମଗ୍ରୀ

ନୂଆ ନିୟମ ଅନୁଯାୟୀ କୌଣସି ଦୋକାନୀ ପୁରୁଣା ଏମଆରପିରେ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ସମସ୍ତେ ନୂଆ ଏମଆରପି ଅନୁଯାୟୀ ସାମଗ୍ରୀ ବିକ୍ରି କରିବେ। ଏହି ନିୟମର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Related story