କଳାହାଣ୍ଡି ସର୍ଦ୍ଦାର ରାଜା ମେଡ଼ିକାଲ୍ ବିବାଦ ପ୍ରସଙ୍ଗ: ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର/ଭବାନୀପାଟଣା: କଳାହାଣ୍ଡି ସର୍ଦ୍ଦାର ରାଜା ମେଡ଼ିକାଲ୍ କଲେଜ ବିବାଦ ପ୍ରସଙ୍ଗରେ  ଆଜି ଅପରାହ୍ଣରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ଏଥିରେ ଏମସିଆଇ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହେବ। ଓଡ଼ିଶା ହାଇକୋର୍ଟ ଆଗରୁ ନଭେମ୍ୱର ୯ତାରିଖ ସୁଦ୍ଧା ବୈଠକ କରି ଏହି ପ୍ରସଙ୍ଗରେ ନିଷ୍ପତି ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏମସିଆଇ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ ଆଲୋଚନା କରି ଏନେଇ ସମାଧାନର […]

sardarraja

Rakesh Mallick
  • Published: Monday, 09 November 2015
  • , Updated: 10 November 2015, 02:57 AM IST

ଭୁବନେଶ୍ୱର/ଭବାନୀପାଟଣା: କଳାହାଣ୍ଡି ସର୍ଦ୍ଦାର ରାଜା ମେଡ଼ିକାଲ୍ କଲେଜ ବିବାଦ ପ୍ରସଙ୍ଗରେ  ଆଜି ଅପରାହ୍ଣରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ଏଥିରେ ଏମସିଆଇ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହେବ।

ଓଡ଼ିଶା ହାଇକୋର୍ଟ ଆଗରୁ ନଭେମ୍ୱର ୯ତାରିଖ ସୁଦ୍ଧା ବୈଠକ କରି ଏହି ପ୍ରସଙ୍ଗରେ ନିଷ୍ପତି ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏମସିଆଇ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ ଆଲୋଚନା କରି ଏନେଇ ସମାଧାନର ବାଟ ବାହାର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସର୍ଦ୍ଦାର ରାଜାସ ମେଡିକାଲ୍ କଲେଜର ୧୨୪ ଛାତ୍ରଛାତ୍ରୀ କେଉଁଠି ପଢିବେ ସେନେଇ ଗତ ୩ ମାସ ହେଲା ଦ୍ୱନ୍ଦ୍ୱ ଲାଗି ରହିଛି। ୧୫ ଜଣ ମ୍ୟାନେଜମେଣ୍ଟ କୋଟା ଓ ୧୦୯ ପିଲା ସରକାରୀ କୋଟାରେ ନାମ ଲେଖାଇଥିଲେ।

Related story