ସ୍ୟାଟ ଉଚ୍ଛେଦ ପ୍ରସଙ୍ଗ: ଆଜି ରାଜ୍ୟବାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ଆଡ଼ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ-ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଆଜି ଆନ୍ଦୋଳନ କରିବେ ରାଜ୍ୟର ସମସ୍ତ ୧୧୦ଟି ବାର ଆସୋସିଏସନ ଓ ୩୫ଟି ସରକାରୀ କର୍ମଚାରୀ ସଂଘ ସମେତ ୧୬୪ଟି ସଂଘ। ସେହିପରି ଆଜି ସରକାରୀ କର୍ମଚାରୀମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବେ। ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରତିବାଦରେ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି। ସେହିପରି ସ୍ୟାଟର ୧୨ଜଣିଆ ପ୍ରତିନିଧି ଦଳ ମଧ୍ୟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଥିଲେ। ତେବେ ଏପର୍ଯ୍ୟନ୍ତ ରାଜ୍ୟ […]

adsvokate

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 06:08 AM IST

ଭୁବନେଶ୍ୱର: ଓଡିଶା ଆଡ଼ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ-ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଆଜି ଆନ୍ଦୋଳନ କରିବେ ରାଜ୍ୟର ସମସ୍ତ ୧୧୦ଟି ବାର ଆସୋସିଏସନ ଓ ୩୫ଟି ସରକାରୀ କର୍ମଚାରୀ ସଂଘ ସମେତ ୧୬୪ଟି ସଂଘ। ସେହିପରି ଆଜି ସରକାରୀ କର୍ମଚାରୀମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବେ। ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରତିବାଦରେ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି। ସେହିପରି ସ୍ୟାଟର ୧୨ଜଣିଆ ପ୍ରତିନିଧି ଦଳ ମଧ୍ୟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିଥିଲେ। ତେବେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଓକିଲ ସଂଘ ଆନ୍ଦୋଳନକୁ ଜୋରଦାର କରିବାକୁ ସ୍ଥିର କରିଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ହାଇକୋର୍ଟ ବାର୍ ଆସୋସିଏସନ୍ ଆଜି କାର୍ଯ୍ୟରେ ଯୋଗନଦେବାକୁ ନିଷ୍ପତ୍ତି ନେଇଛି। ଆଇନଜୀବୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଅଶୋକ ମହାପାତ୍ର କହିଛନ୍ତି ।

Related story