ଓଡ଼ିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା। ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ୍ ସେଣ୍ଟରକୁ  ଟିକା ପଠାଯାଇଛି । ପୁନେ-ଭୁବନେଶ୍ୱର ସ୍ପାଇସ୍‌ଜେଟ୍ ବିମାନରେ ଟିକା ପହଞ୍ଚିଛି।୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ୍ ଟିକା ଆସିଛି। ଗତ ୧୬ତାରିଖରେ ରାଜ୍ୟକୁ ୪.୦୮ଲକ୍ଷ ଡୋଜ୍ କୋଭିସିଲ୍ଡ  ଟିକା ଆସିଥିବାବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ଏହି ସମସ୍ତ ଟିକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଯେଉଁ ହିତାଧିକାରୀମାନେ […]

cova

Tapas Behera
  • Published: Tuesday, 19 January 2021
  • , Updated: 19 January 2021, 05:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା। ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ୍ ସେଣ୍ଟରକୁ  ଟିକା ପଠାଯାଇଛି । ପୁନେ-ଭୁବନେଶ୍ୱର ସ୍ପାଇସ୍‌ଜେଟ୍ ବିମାନରେ ଟିକା ପହଞ୍ଚିଛି।୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ୍ ଟିକା ଆସିଛି। ଗତ ୧୬ତାରିଖରେ ରାଜ୍ୟକୁ ୪.୦୮ଲକ୍ଷ ଡୋଜ୍ କୋଭିସିଲ୍ଡ  ଟିକା ଆସିଥିବାବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ଏହି ସମସ୍ତ ଟିକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ।

ତେବେ ଯେଉଁ ହିତାଧିକାରୀମାନେ ସ୍ୱେଚ୍ଛାକୃତ ଟିକାକରଣକୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ୍ ଟିକାକରଣର ସୁଯୋଗ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ ୧୬୧ଟି ସେସନରେ ମୋଟ ୧୩,୯୮୦ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଗତକାଲି ମୋଟ ୩୮୦ଟି ସେସନରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦,୧୬୧ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟିକା ପ୍ରଦାନ କରାଯାଇଛି ।  ଗତକାଲି ଗୋଟିଏ ସାମାନ୍ୟ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଭଲ ଥିବା ଜଣାଯାଇଛି।

Related story