ବର୍ଷେ ଗାଡ଼ି ଚଳାଇପାରିବେନି ୱାର୍ଣ୍ଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍ ସ୍ପିନର ଶେନ୍ ୱାର୍ଣ୍ଣଙ୍କୁ ବର୍ଷକ ପାଇଁ ଗାଡ଼ି ଚଳାଇବାରୁ ବାସନ୍ଦ କରାଯାଇଛି। ଦୁଇବର୍ଷ ଭିତରେ ଷଷ୍ଠଥର ପାଇଁ ସ୍ପିଡ୍ ଉଲ୍ଲଙ୍ଘନ କରିଥିବାରୁ ୱାର୍ଣ୍ଣ ଉପରେ ଏହି ପ୍ରତିବନ୍ଧ ଲଗାଯାଇଛି। ସେ ମଧ୍ୟ ନିଜ ଅପରାଧ ସ୍ୱୀକାର କରିଛନ୍ତି। ୱିମ୍ବଲଡନ୍ ମାଜିଷ୍ଟ୍ରେଟ୍ କୋର୍ଟସ୍ଥିତ କେନସିଙ୍ଗଟନ ଅଞ୍ଚଳରେ ୪୦ କିମି ଧାର୍ଯ୍ୟ ବଦଳରେ ୪୭ କିମି ସ୍ପିଡରେ ଗାଡ଼ି ଚଳାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଲଣ୍ଡନରେ ୱାର୍ଣ୍ଣ ଜାଗୁଆର କାର୍ […]

warne

Ranjit Kumar Jena
  • Published: Monday, 23 September 2019
  • , Updated: 23 September 2019, 09:02 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍ ସ୍ପିନର ଶେନ୍ ୱାର୍ଣ୍ଣଙ୍କୁ ବର୍ଷକ ପାଇଁ ଗାଡ଼ି ଚଳାଇବାରୁ ବାସନ୍ଦ କରାଯାଇଛି। ଦୁଇବର୍ଷ ଭିତରେ ଷଷ୍ଠଥର ପାଇଁ ସ୍ପିଡ୍ ଉଲ୍ଲଙ୍ଘନ କରିଥିବାରୁ ୱାର୍ଣ୍ଣ ଉପରେ ଏହି ପ୍ରତିବନ୍ଧ ଲଗାଯାଇଛି। ସେ ମଧ୍ୟ ନିଜ ଅପରାଧ ସ୍ୱୀକାର କରିଛନ୍ତି।

ୱିମ୍ବଲଡନ୍ ମାଜିଷ୍ଟ୍ରେଟ୍ କୋର୍ଟସ୍ଥିତ କେନସିଙ୍ଗଟନ ଅଞ୍ଚଳରେ ୪୦ କିମି ଧାର୍ଯ୍ୟ ବଦଳରେ ୪୭ କିମି ସ୍ପିଡରେ ଗାଡ଼ି ଚଳାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଲଣ୍ଡନରେ ୱାର୍ଣ୍ଣ ଜାଗୁଆର କାର୍ ୬୪ କିମି ସ୍ପିଡରେ ଚଳାଇ ନିୟମ ଉଲ୍ଲଙ୍ଘନ କରିଥିଲେ।

୫୦ ବର୍ଷୀୟ ୱାର୍ଣ୍ଣ ୨୩ ଅଗଷ୍ଟ, ୨୦୧୮ରେ ମାମଲାର ଶୁଣାଣି ବେଳେ କୋର୍ଟରେ ଉପସ୍ଥିତ ନଥିଲେ। ୱାର୍ଣ୍ଣଙ୍କୁ ମଧ୍ୟ ୩ହଜାର ଆମେରିକୀୟ ଡଲାର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡେପୁଟି ଡିଷ୍ଟ୍ରିକ୍ଟ ଜଜ୍ ଆଡ୍ରିଆନ୍ ଟର୍ନର କହିଛନ୍ତି, "ଅପ୍ରେଲ୍ ୨୦୧୬ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ୱାର୍ଣ୍ଣ ୬ଥର ସ୍ପିଡଜନିତ ମାମଲାର ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ଉପରେ ୧୨ମାସର ପ୍ରତିବନ୍ଧ ଲଗାଯାଇଛି।"

Related story