ଶଶାଙ୍କ ମନୋହରେ ହେବେ ବିସିସିଆଇର ନୂଆ ଅଧ୍ୟକ୍ଷ

ମୁମ୍ବାଇ: ଶଶାଙ୍କ ମନୋହର ହେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ। ଆଜି ମୁମ୍ୱାଇରେ ହେବାକୁ ଥିବା ବିସିସିଆଇର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଗତକାଲି ଅପରାହ୍ନ ୩ଟା ସୁଦ୍ଧା ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ମନୋନୟନର ଶେଷ ସମୟ ସୀମା ଥିବାବେଳେ ମନୋହର ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥର ଅଧ୍ୟକ୍ଷ ମନୋନୟନର ପାଳି ଇଷ୍ଟ ଜୋନର […]

shashank

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 09:51 AM IST

ମୁମ୍ବାଇ: ଶଶାଙ୍କ ମନୋହର ହେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ। ଆଜି ମୁମ୍ୱାଇରେ ହେବାକୁ ଥିବା ବିସିସିଆଇର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଗତକାଲି ଅପରାହ୍ନ ୩ଟା ସୁଦ୍ଧା ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ମନୋନୟନର ଶେଷ ସମୟ ସୀମା ଥିବାବେଳେ ମନୋହର ହିଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥର ଅଧ୍ୟକ୍ଷ ମନୋନୟନର ପାଳି ଇଷ୍ଟ ଜୋନର ଥିବା ବେଳେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମେତ ଇଷ୍ଟ ଜୋନର ସମସ୍ତ ୬ଟି ଯାକ ସଦସ୍ୟ ମନୋହରଙ୍କୁ ମନୋନୀତ କରିଥିବା ଜଣାପଡିଛି। ତାଙ୍କ ପ୍ରତି ଉଭୟ ଶରଦ ପାୱାର ଓ ଅନୁରାଗ ଠାକୁରଙ୍କ ଗୋଷ୍ଠୀଙ୍କ ମଧ୍ୟ ସମର୍ଥନ ରହିଛି। ଜଗମୋହନ ଡାଲମିଆଙ୍କ ମୃତ୍ୟୁ ପରେ ବିସିସିଆଇ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା। ଶଶାଙ୍କ ମନୋହର ଦ୍ୱିତୀୟ ଥର ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଯାଉଛନ୍ତି। ପୂର୍ବରୁ ସେ ୨୦୦୮ ମସିହା ଅକ୍ଟୋବରରୁ ୨୦୧୧ ସେପଟେମ୍ୱର ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଥିଲେ।

Related story