ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଇବାକୁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଯାଉ। ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳନ୍ୟାସ ଅବସରରେ ଏପରି ଦାବି ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆମ ଦାବି ପ୍ରତି ସୁବିଚାର କରିବେ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ […]

baxi-jagabandhu

Manoranjan Sial
  • Published: Sunday, 08 December 2019
  • , Updated: 08 December 2019, 05:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଯାଉ। ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳନ୍ୟାସ ଅବସରରେ ଏପରି ଦାବି ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆମ ଦାବି ପ୍ରତି ସୁବିଚାର କରିବେ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପାଇକ ବିଦ୍ରୋହର ଗରିମା ଅବତାରଣା କରିଥିଲେ। ବ୍ରିଟିଶ ଶାସନ ବିରୋଧରେ ପାଇକଙ୍କ ବୀରତ୍ୱ ବର୍ଣ୍ଣନା କରି ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ କଥା ସ୍ମରଣ କରିଥିଲେ ଧର୍ମେନ୍ଦ୍ର।

ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣ ରଖିବା ବେଳେ ପାଇକ ସ୍ମାରକୀ ପାଇଁ କେନ୍ଦ୍ରର ଦୁଇ ବିଭାଗ ପେଟ୍ରୋଲିୟମ ଓ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇଥିଲେ। ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଇକ ବିଦ୍ରୋହ ବ୍ରିଟିଶଙ୍କ ବିରୋଧରେ ଏକ ଗଣ ଆନ୍ଦୋଳନ ଥିଲା। ପାଇକଙ୍କ ସାହସ ଯୋଗୁଁ ଆମେ ଗଙ୍ଗାରୁ ଗୋଦାବରୀ ଜୟ କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ୧୮୧୭ରେ ପାଇକମାନେ ପ୍ରଥମେ ବ୍ରିଟିଶଙ୍କ ବିରୋଧରେ ଲଢ଼ିଥିଲେ। ତେଣୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି କରିଛନ୍ତି ନବୀନ। ଏଥିସହ ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ ଚଳାଇବାକୁ ମଧ୍ୟ ଦାବି କରିଛନ୍ତି।

Related story