ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ବୈଠକରେ ୧୧ଟି ନିଯୋଗ, ପଞ୍ଚ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ,ଜଗମୋହନ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଟିମ୍ ଆସନ୍ତା ୨୦ରେ ଓଡ଼ିଶା ଆସିବେ। ଏହି ଟିମ୍ ଗଜପତି ମହାରାଜ, କୋର୍ କମିଟି ସଦସ୍ୟ ଓ ବିଶେଷଜ୍ଞଙ୍କୁ ଭେଟିବେ। ସେହିପରି ଏନ୍‌ଆଇଟି ଓ ଆଇଆଇଟି […]

puri

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 04:48 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ବୈଠକରେ ୧୧ଟି ନିଯୋଗ, ପଞ୍ଚ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ,ଜଗମୋହନ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଟିମ୍ ଆସନ୍ତା ୨୦ରେ ଓଡ଼ିଶା ଆସିବେ। ଏହି ଟିମ୍ ଗଜପତି ମହାରାଜ, କୋର୍ କମିଟି ସଦସ୍ୟ ଓ ବିଶେଷଜ୍ଞଙ୍କୁ ଭେଟିବେ। ସେହିପରି ଏନ୍‌ଆଇଟି ଓ ଆଇଆଇଟି ବିଶେଷଜ୍ଞଙ୍କୁ ମଧ୍ୟ ଏହି ଟିମ୍ ଭେଟିବେ।

Related story