‘ଆସନ୍ତା ଶିକ୍ଷାବର୍ଷରୁ ସୁନ୍ଦରଗଡ଼ ମେଡ଼ିକାଲ କଲେଜରେ ପାଠପଢ଼ା, ଦ୍ୱିତୀୟ ଏମ୍ସ ନିଷ୍ପତ୍ତି ହୋଇନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଟିପିସି ସହ ହୋଇଥିବା ବୁଝାମଣା ଆଧାରରେ ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ସୁନ୍ଦରଗଡ଼ଠାରେ ସ୍ଥାପନ ହୋଇଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ଏଠାରେ ୧୦୦ଜଣ ଛାତ୍ରଛାତ୍ରୀ ନାମଲେଖାର ସୁଯୋଗ ପାଇବେ ଓ ୫୦୦ ବେଡ୍ ବିଶିଷ୍ଟ ମେଡ଼ିକାଲ ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। କିନ୍ତୁ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠାନ ପାଇଁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଅବଗତ କରିନାହାନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

naba-das

Ordigital Desk
  • Published: Monday, 06 September 2021
  • , Updated: 06 September 2021, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଟିପିସି ସହ ହୋଇଥିବା ବୁଝାମଣା ଆଧାରରେ ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରୁ ସୁନ୍ଦରଗଡ଼ଠାରେ ସ୍ଥାପନ ହୋଇଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ଏଠାରେ ୧୦୦ଜଣ ଛାତ୍ରଛାତ୍ରୀ ନାମଲେଖାର ସୁଯୋଗ ପାଇବେ ଓ ୫୦୦ ବେଡ୍ ବିଶିଷ୍ଟ ମେଡ଼ିକାଲ ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। କିନ୍ତୁ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠାନ ପାଇଁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଅବଗତ କରିନାହାନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।

ଆଜି ବିଧାନସଭାରେ ଏକ ବିବୃତ୍ତି ରଖି ଶ୍ରୀ ଦାସ କହିଛନ୍ତି ଯେ, ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉଛି । ସେପ୍ଟେମ୍ବର ୨୬ତାରିଖ ସୁଦ୍ଧା ସରକାର ମେଡିକାଲ ସିଟ୍ ପାଇଁ ଆବେଦନ କରିବେ। ଏହା ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ। ୨୦୨୨-୨୩ରୁ ଏହି ମେଡିକାଲ କଲେଜରେ ନାମଲେଖା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସେଠାରେ ୨୭୧ଜଣ ଷ୍ଟାଫଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରଯାଉଛି।

ଅନ୍ୟପକ୍ଷରେ, ସୁନ୍ଦରଗଡ଼ଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା କରିବା ପାଇଁ ୨୦୨୦ ନଭେମ୍ବର ୨୪ତାରିଖରେ ମୁଖ୍ୟ ସଚିବ ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଥିଲେ । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ମଧ୍ୟରେ ୨୦୨୧ ମାର୍ଚ୍ଚ ୧୫ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ୬ଜଣିଆ ଟିମ୍ ୨୦୨୧ ଏପ୍ରିଲ ୩ତାରିଖରେ  ସୁନ୍ଦରଗଡ଼ ପରିଦର୍ଶନ କରିଥିଲେ । ସେମାନେ କ୍ଷେତ୍ର ପରିଦର୍ଶନ କରିବା ସହ ୨୦୦ଏକର ଜମି ଆବଶ୍ୟକ ବୋଲି ଜିଲ୍ଲାପାଳଙ୍କ ସହ ଆଲୋଚନାବେଳେ ଜଣାଇôଥଲେ । ଜିଲ୍ଲାପାଳ ମଧ୍ୟ ଆବଶ୍ୟକ ଜମି ଯୋଗାଇ ଦିଆଯିବ ବୋଲି କହିବା ସହ ଜିଲ୍ଲା ମିନେରାଲ ଫଣ୍ଡରୁ ବି ଆର୍ଥିକ ସହାୟତା ଯୋଗାଇ ଦେଇହେବ ବୋଲି କହିଥିଲେ। ଏହି କେନ୍ଦ୍ରୀୟ କମିଟି ପ୍ରତ୍ୟାବର୍ତ୍ତନ କରି ଏକ ଚିଠା ପରିଦର୍ଶନ ରିପୋର୍ଟ ପ୍ରସ୍ତୁତ କରିଥିଲେ ଓ ରାଜ୍ୟ ଡିଏମଇଟିଙ୍କ ମତାମତ ମଧ୍ୟ ଲୋଡ଼ିଥିଲେ। ରାଜ୍ୟ ସରକାର ୨୦୨୧ ଏପ୍ରିଲ ୯ତାରିଖରେ ଏହି ମତାମତ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। କିନ୍ତୁ ଇତିମଧ୍ୟରେ ୫ମାସ ବିତିଯାଇଥିଲେ ବି କେନ୍ଦ୍ର ସରକାର ସୁନ୍ଦରଗଡ଼ଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବି ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

Related story