ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା

ଜିଉଦୟଗିରି: ରାତି ପାହିଲେ ଜନ୍ମାଷ୍ଟମୀ। ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ସେପଟେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜଲେଶପେଟ୍ଟା ଆଶ୍ରମ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ପ୍ରବେଶ ପଥରେ ଯାଞ୍ଚକୁ କଡାକଡି କରାଯାଇଛି। ପୋଲିସ ନାକା କରି ଗାଡି ଗୁଡ଼ିକୁ ଯାଞ୍ଚ କରିବା ସହ ସମ୍ୱେଦନଶୀଳ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରିଛି।ଚକାପାଦ ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ ପ୍ରସ୍ତୁତି ପାଇଁ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। […]

phulbani

Rakesh Mallick
  • Published: Friday, 04 September 2015
  • , Updated: 05 September 2015, 01:55 AM IST

ଜିଉଦୟଗିରି: ରାତି ପାହିଲେ ଜନ୍ମାଷ୍ଟମୀ। ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ସେପଟେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜଲେଶପେଟ୍ଟା ଆଶ୍ରମ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ପ୍ରବେଶ ପଥରେ ଯାଞ୍ଚକୁ କଡାକଡି କରାଯାଇଛି। ପୋଲିସ ନାକା କରି ଗାଡି ଗୁଡ଼ିକୁ ଯାଞ୍ଚ କରିବା ସହ ସମ୍ୱେଦନଶୀଳ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରିଛି।ଚକାପାଦ ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ ପ୍ରସ୍ତୁତି ପାଇଁ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଲି ସ୍ୱାମୀଜୀଙ୍କ ଶ୍ରାଦ୍ଧ ପାଳନ ସହ ଯଜ୍ଞ ଓ ସଂକୀର୍ତ୍ତନର କାର୍ଯ୍ୟକ୍ରମ କରାଯିବ। ୨୦୦୮ରେ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରାଯାଇଥିଲା।

Related story