ମୂଳ ଖାଇସାରିଲାଣି : ଭ୍ୟୁ-ଟାୱାରକୁ ଭାଙ୍ଗିଦେବ ସମୁଦ୍ର

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅନ୍ତର୍ଗତ ସିଆଳି ବେଳାଭୂମି ନିକଟରେ ସମୁଦ୍ର କୂଳ ଖାଉଥିବାରୁ ଏବେ ସ୍ଥାନୀୟ ବାସିନ୍ଦା ବିପଦରେ।  ୨୦୦୯ ମସିହାରେ ଏଠାରେ ନିର୍ମାଣ କରାଯାଇଥିବା ଭ୍ୟୁ ଟାୱାର ମଧ୍ୟ ଭୁଶୁଡ଼ି ପଡିବା ଆଶଙ୍କା ଦେଖାଦେଇଛି । ୨୦୧୬ରେ ସିଆଳି ବେଳାଭୂମି ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିଲା । ହେଲେ ଏବେ ସମୁଦ୍ର  କୂଳ ଖାଉଥିବାରୁ ଭ୍ୟୁ ଟାୱାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ସିମେଣ୍ଟ ଚଟାଣର କିଛି ଅଂଶ ଭୁଶୁଡ଼ି ଯାଇଛି । […]

589

Tapas Behera
  • Published: Tuesday, 07 September 2021
  • , Updated: 07 September 2021, 04:34 PM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅନ୍ତର୍ଗତ ସିଆଳି ବେଳାଭୂମି ନିକଟରେ ସମୁଦ୍ର କୂଳ ଖାଉଥିବାରୁ ଏବେ ସ୍ଥାନୀୟ ବାସିନ୍ଦା ବିପଦରେ।  ୨୦୦୯ ମସିହାରେ ଏଠାରେ ନିର୍ମାଣ କରାଯାଇଥିବା ଭ୍ୟୁ ଟାୱାର ମଧ୍ୟ ଭୁଶୁଡ଼ି ପଡିବା ଆଶଙ୍କା ଦେଖାଦେଇଛି । ୨୦୧୬ରେ ସିଆଳି ବେଳାଭୂମି ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିଲା । ହେଲେ ଏବେ ସମୁଦ୍ର  କୂଳ ଖାଉଥିବାରୁ ଭ୍ୟୁ ଟାୱାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ସିମେଣ୍ଟ ଚଟାଣର କିଛି ଅଂଶ ଭୁଶୁଡ଼ି ଯାଇଛି ।

ସମୁଦ୍ର ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଥିବାରୁ  ସିଆଳି, ପଦ୍ମପୁର ଓ କଳାବେଦୀ ପ୍ରଭୁତି ଗ୍ରାମ ପ୍ରତି ବିପଦ ସୃଷ୍ଟି କରିଛି । ମୁଖ୍ୟତଃ ଶିଆଳିରେ ବଣଭୋଜିର ସୁବିଧା ରହିଛି। ଗୋଟଏ ପଟେ ଦିଗନ୍ତ ବିସ୍ତାରି ସମୁଦ୍ର, ଆଉ ଗୋଟିଏ ପଟେ ଝାଉଁ ଜଙ୍ଗଲର ସବୁଜିମା ବେଶ ମନୋରମ।  ସେହିପରି ସମୁଦ୍ର ବେଳାଭୂମିର ସୁନେଲି ବାଲୁକା ରାଶି ଉପରେ ନାଲି କଙ୍କଡ଼ା ବି ବେଶ ଆକର୍ଷିତ କରେ। ଏଥିସହିତ ବେଳାଭୂମିରୁ ସମୁଦ୍ର ଦର୍ଶନ ପାଇଁ ଭ୍ୟୁ ଟାୱାର ରହିଛି।

୨୦୧୬ରେ ଶିଆଳି ବେଳାଭୂମି ଓଡିଶା ପଯର୍‌ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ମାତ୍ର ଦୁଃଖର ବିଷୟ, ଏଠାରେ ଥିବା ଭ୍ୟୁ ଟାୱାରର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହାର ଗ୍ରୀଲ ସବୁ କଳଙ୍କି ଲାଗିଗଲାଣି ଓ କାନ୍ଥ ଫାଟି ଗଲାଣି। ନିୟମିତ ବ୍ୟବଧାନରେ ରଙ୍ଗ କରାଯାଉ ନ ଥିବାରୁ ଭ୍ୟୁ ଟାୱାର ରୂପ ବଦଳି ଗଲାଣି। । ଶିଆଳି ସମୁଦ୍ର ବେଳାଭୂମି ପର୍ଯ୍ୟଟନଟନସ୍ଥଳୀର ମାନ୍ୟତା ପାଇବା ସେତ୍ତ୍ୱେ ଏଭଳି ଅବ୍ୟବସ୍ଥା ଦୂର ହୋଇ ନ ପାରିବା ପରିତାପର ବିଷୟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମୁଦ୍ର ମାଡ଼ି ଆସି ଭ୍ୟୁ ଟାୱାରକୁ  ଭାଙ୍ଗିବାକୁ ବସିଲାଣି । ବାଲିବସ୍ତା ପକାଇ ସାମୟିକ ଭାବେ ଏହାର ସମାଧାନ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ କରାଯାଇନାହିଁ। ତୁରନ୍ତ ଏହାର ସୁରକ୍ଷା ଓ ଗ୍ରାମବାସୀଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରତି ପ୍ରଶାସନ ନଜର ଦେବା ଜରୁରୀ ହୋଇପଡିଛି।

Related story