ଦୁଇଦିନର ବିରତି ପରେ ଆଜି ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ଦୁଇଦିନର ବିରତି ପରେ ଆଜି ବିଧାନସଭା ଆରମ୍ଭ ହେବ। ତେବେ ଏହା ସ୍ୱାଭାବିକ ଭାବେ ଚାଲିବ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଚିଟ୍‌ଫଣ୍ଡ ଦୁର୍ନୀତି, ବିଜେଡି ଆକାଉଣ୍ଟ ଓ ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା ଯୋଗୁଁ ୧୦ ଦିନରୁ ଅଧିକ ହେବ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି। ଶାସକ ଦଳ ଗୃହ ଚଳାଇ ଦେଉ ନ ଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଥିବା ବେଳେ ଶାସକ ଦଳ […]

assembly-300x2001

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 06:59 AM IST

ଭୁବନେଶ୍ୱର: ଦୁଇଦିନର ବିରତି ପରେ ଆଜି ବିଧାନସଭା ଆରମ୍ଭ ହେବ। ତେବେ ଏହା ସ୍ୱାଭାବିକ ଭାବେ ଚାଲିବ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଚିଟ୍‌ଫଣ୍ଡ ଦୁର୍ନୀତି, ବିଜେଡି ଆକାଉଣ୍ଟ ଓ ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା ଯୋଗୁଁ ୧୦ ଦିନରୁ ଅଧିକ ହେବ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି।

ଶାସକ ଦଳ ଗୃହ ଚଳାଇ ଦେଉ ନ ଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଥିବା ବେଳେ ଶାସକ ଦଳ ବିରୋଧୀଙ୍କୁ ଦାୟୀ କରିଛି।

ଚଳିତ ଅଧିବେଶନରେ ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଧେୟକ-୨୦୧୬ ପାରିତ ପାଇଁ ଶାସକ ଦଳ ଚାହୁଁଛନ୍ତି। ତେଣୁ ଆଜି ଏହି ବିଲ୍‌ ପାରିତ ହେବାର ଆଶା ରହିଛି। ଏହାପରେ ବଜେଟ୍‌ ଅଧିବେଶନକୁ ଆଗକୁ ବନ୍ଦ କରି ଦିଆଯିବାର ସମ୍ଭାବନା ରହିଛି।

Related story