ଟ୍ରକ୍‌ରେ ପଛରେ ପିଟି ହେଲା ସ୍କୁଟି; ଦୁଇ ମୃତ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ରାଇସିଂପୁର ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍‌ ପଛରେ ସ୍କୁଟି ପିଟି ହୋଇଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଉଭୟଙ୍କ ପରିଚୟ ମିଳିପାରିନି। ଭବାନୀପାଟଣା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଏଫ୍‌ଏସ୍‌ଆଇ ଗୋଦାମ ନିକଟରେ ଜାତୀୟ ରାଜପଥରେ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏହି ସମୟରେ […]

bn1

Jitendra Garnayak
  • Published: Thursday, 02 May 2019
  • , Updated: 02 May 2019, 10:05 AM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ରାଇସିଂପୁର ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍‌ ପଛରେ ସ୍କୁଟି ପିଟି ହୋଇଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଉଭୟଙ୍କ ପରିଚୟ ମିଳିପାରିନି।

ଭବାନୀପାଟଣା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଏଫ୍‌ଏସ୍‌ଆଇ ଗୋଦାମ ନିକଟରେ ଜାତୀୟ ରାଜପଥରେ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସି ସ୍କୁଟିଟି ଟ୍ରକ୍‌ର ପଛପଟେ ପିଟି ହୋଇଯାଇଥିଲା।

Related story