ବାଘ ଓ ସିଂହ ଛୁଆର ନାଁ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ। ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ବାଘ ଛୁଆର ନାମ ହିମାଂଶୀ ଓ ସିଂହ ଛୁଆର ନାମ କାମିନୀ ରଖିଛନ୍ତି। ସେହିଭଳି ଏହି ବାଘ ଛୁଆ ଓ ସିଂହ ଛୁଆକୁ ଚିଡ଼ିଆଖାନା କିପର ହେମନ୍ତ ଓ ପ୍ରଶାନ୍ତ ମା’ ଭଳି ପାଳନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନନ୍ଦନକାନନ […]

lion

lion

Niranjan Mishra
  • Published: Sunday, 11 September 2022
  • Updated: 11 September 2022, 05:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ। ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ବାଘ ଛୁଆର ନାମ ହିମାଂଶୀ ଓ ସିଂହ ଛୁଆର ନାମ କାମିନୀ ରଖିଛନ୍ତି। ସେହିଭଳି ଏହି ବାଘ ଛୁଆ ଓ ସିଂହ ଛୁଆକୁ ଚିଡ଼ିଆଖାନା କିପର ହେମନ୍ତ ଓ ପ୍ରଶାନ୍ତ ମା’ ଭଳି ପାଳନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ନନ୍ଦନକାନନ ପରିଦର୍ଶନ ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚିଡ଼ିଆଖାନାକୁ ଭୁୟସୀ ପ୍ରଶଂସା କରିବା ସହ ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି ଅଭିହିତ କରିଛନ୍ତି। ନନ୍ଦନକାନନ ପଶୁ ଚିକିତ୍ସାଳୟ ବୁଲି ଚିକିତ୍ସାଧୀନ ଚିତା ବାଘ ମଞ୍ଜୁକୁ ଦେଖିବା ସହ ଡାକ୍ତର ଓ ଚିଡ଼ିଆଖାନା ରକ୍ଷକଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେହିପରି ନନ୍ଦନକାନନ ପରିଦର୍ଶନ ବେଳେ ଚୌବେ ବର୍ଷକର ସିଂହ ଛୁଆ ବର୍ଷା ଓ ପାଙ୍ଗୋଲିନ ଟ୍ରେନିଂ ସେଣ୍ଟର ବୁଲି ଦେଖିଥିଲେ।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଚୌବେ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା ଭାବେ ବିକାଶ ଲାଗି ଯାହା କିଛି ଆର୍ଥିକ ତଥା ମଞ୍ଜୁରିଗତ ସହାୟତା ଆବଶ୍ୟକ ଯୋଗାଇ ଦେବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସେ ଗଣମାଧ୍ୟମକୁ କହିଛନ୍ତି, ଏଠାରେ ବୁଲି ସେ ଖୁବ୍ ଆନନ୍ଦିତ। ହେମନ୍ତ ଓ ପ୍ରଶାନ୍ତ ମା’ ଭଳି ବାଘ ଏବଂ ସିଂହ ଛୁଆଙ୍କ ଯତ୍ନ ନେଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନଙ୍କ ଭିତରେ ଅଦ୍‌ଭୂତ ଭଲ ପାଇବା ଗଢ଼ି ଉଠିଛି।

ଏନେଇ ନନ୍ଦନକାନନ ଉପ ନିର୍ଦେଶକ ଡଃ. ସଞ୍ଜିତ କୁମାର କହିଛନ୍ତି, ଏବେ ନନ୍ଦନକାନନ ୪୩୭ ହେକ୍ଟର ଜମିରେ ଅବସ୍ଥିତ। ନନ୍ଦନକାନନ ସମ୍ପ୍ରସାରଣ ଲାଗି ନିକଟରେ ରାଜ୍ୟ ସରକାର ଚୁଡାଙ୍ଗ ଅଞ୍ଚଳରେ ୬୦୯ ହେକ୍ଟର ଜମି ଯୋଗାଇ ଦେଇଛନ୍ତି। ନନ୍ଦନକାନନ ସମ୍ପ୍ରସାରଣ ଲାଗି ଚଳିତ ବର୍ଷ ସୁଦ୍ଧା ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ ଓ ଦଶ ବର୍ଷ ମଧ୍ୟରେ ନନ୍ଦନକାନନ ବିକାଶ କାର୍ଯ୍ୟ ସରିବ। ନୂଆ ପ୍ରକଳ୍ପ କରାଗଲେ ନନ୍ଦନକାନନକୁ ଲାଗିଥିବା ଚୁଡ଼ାଙ୍ଗ ଅଞ୍ଚଳରେ କରାଯିବ। ଏଥିରେ କେନ୍ଦ୍ରିୟ ସରକାର ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story