ଆମେରିକା ସାହାଯ୍ୟରେ ଭାରତୀୟ ସେନାର ହେବ ନବକଳେବର

ନୂଆଦିଲ୍ଲୀ: ଏବେ ଭାରତୀୟ ସେନା ନବକଳେବର ହେବାକୁ ଯାଉଛି। କାରଣ ଇସ୍ରାଏଲ, ଋଷିଆ ଭଳି ବିଶ୍ୱର କିଛି ଲଢୁଆ ଦେଶ ଭାରତକୁ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପାଇଁ ସହଯୋଗର ହାତ ବଢାଇଛନ୍ତି। ଏବେ ଏହି ଦିଗରେ ସାମିଲ ହେବାକୁ ଯାଉଛି ଆମେରିକା। ନୂଆ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଆମେରିକା ରାଜି ହୋଇଛି। ଆମେରିକା ନୌସେନାର ଜଣେ ମୁଖ୍ୟ କମାଣ୍ଡର କହିଛନ୍ତି ଭାରତୀୟ ସେନାକୁ ଅଧିକ ଶକ୍ତିଶାଳି କରିବା ପାଇଁ ଆମେରିକା […]

India Navy Ship

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 10:45 PM IST

ନୂଆଦିଲ୍ଲୀ: ଏବେ ଭାରତୀୟ ସେନା ନବକଳେବର ହେବାକୁ ଯାଉଛି। କାରଣ ଇସ୍ରାଏଲ, ଋଷିଆ ଭଳି ବିଶ୍ୱର କିଛି ଲଢୁଆ ଦେଶ ଭାରତକୁ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପାଇଁ ସହଯୋଗର ହାତ ବଢାଇଛନ୍ତି। ଏବେ ଏହି ଦିଗରେ ସାମିଲ ହେବାକୁ ଯାଉଛି ଆମେରିକା। ନୂଆ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଆମେରିକା ରାଜି ହୋଇଛି।

ଆମେରିକା ନୌସେନାର ଜଣେ ମୁଖ୍ୟ କମାଣ୍ଡର କହିଛନ୍ତି ଭାରତୀୟ ସେନାକୁ ଅଧିକ ଶକ୍ତିଶାଳି କରିବା ପାଇଁ ଆମେରିକା ଭାରତକୁ ସାହାଯ୍ୟ କରିବ। ଦୁଇ ରାଷ୍ଟ୍ରର ସହମତି ଅନୁସାରେ ଉପଯୁକ୍ତ ପଦକ୍ଷେପ ନେଇ ଭାରତୀୟ ସେନାର ଦକ୍ଷତା ବଢାଯାଇପାରିବ।

ବିଗତ ଦଶବର୍ଷ ହେବ ଭାରତ ଓ ଆମେରିକା ମଧ୍ୟରେ ସାମରିକ ବାଣିଜ୍ୟ କାରବାର ପାଖାପାଖି ୧୫ ଆରବ ଡଲାରରେ ପହଞ୍ଚିଛି। ଆଗକୁ ମଧ୍ୟ ଦ୍ରୁତ ଗତିରେ ବଢିବାର ଆଶଙ୍କା ରହିଛି। ଏବେ ଭାରତ ଆମେରିକାଠାରୁ ଚାଳକ ବିହୀନ ବିମାନ ସହିତ ନୂଆନୂଆ ଯୁଦ୍ଧ ବିମାନ କିଣିବା ପାଇଁ ଆଶା ରଖିଛି। ଦୁଇ ଦେଶ ମଧ୍ୟରେ ଯଦି ଏହିଭଳି ବାଣିଜ୍ୟ କାରବାର ଜାରି ରହେ ତାହେଲେ ଆଗାମୀ ଦିନ ଗୁଡିକରେ ଖୁବଶୀଘ୍ର ବାଣିଜ୍ୟ କ୍ଷେତ୍ରରେ ଦୃତ ଅଗ୍ରଗତି ହେବ। ଯାହା ଦୁଇ ଦେଶ ପାଇଁ ଶୁଭ ସୂଚନା ବୋଲି କହିଛନ୍ତି ଆମେରିକା ନୌସେନାର ମୁଖ୍ୟ କମାଣ୍ଡର ହେରି ହାରିସ।

ସେ ଏହା ମଧ୍ୟ କହିଛନ୍ତି ଭାରତ ସହିତ ଆମେରିକାର ଉତ୍ତମ ସମ୍ପର୍କ ରହିଛି। ବିଗତ କିଛି ବର୍ଷ ହେବ ଆମେରିକା ଭାରତ ସହିତ ମିଶି ମାଲବାର ନୌସେନାର ସମର ଅଭ୍ୟସ କରୁଛି। ଯହା ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୁତ କରୁଛି। ଏବେ ଏଥିରେ ଜାପାନ ଯୋଡି ହୋଇଯାଇଥିବାରୁ ତିନି ଦେଶ ମଧ୍ୟରେ ଏକ ମୈତ୍ରି ସ୍ଥାପନ ହୋଇପାରିଛି। ଯାହା ଏହି ତିନି ଦେଶ ପାଇଁ ଲାଭଦାୟକ ହେବ।  

Related story