ପୁରୀ-ହରିଦ୍ୱାର ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ : ୫ ମୃତ, ଜାରି ହେଲା ୩ ହେଲ୍‌ପ ଲାଇନ୍‌ ନମ୍ବର

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ  ହୋଇଥିବା ପୁରୀ-ହରିଦ୍ୱାର ଏକ୍ସ୍ରପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏଟିଏସ୍ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଏହି ଘଟଣାରେ ରେଲୱେମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍‌  ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜେ ତୁରନ୍ତ ଘଟଣାର ଅନୁଧ୍ୟାନ କରିବେ ବୋଲି ଲେଖିଛନ୍ତି। ୨ଟି ବଗି ଅତିଗୁରୁତର ଭାବେ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।  ଗୋଟିଏ କୋଚ ଆଉ […]

train-1

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 07:30 PM IST

ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ  ହୋଇଥିବା ପୁରୀ-ହରିଦ୍ୱାର ଏକ୍ସ୍ରପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏଟିଏସ୍ ପହଞ୍ଚିଛି।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ଏହି ଘଟଣାରେ ରେଲୱେମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍‌  ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜେ ତୁରନ୍ତ ଘଟଣାର ଅନୁଧ୍ୟାନ କରିବେ ବୋଲି ଲେଖିଛନ୍ତି। ୨ଟି ବଗି ଅତିଗୁରୁତର ଭାବେ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।  ଗୋଟିଏ କୋଚ ଆଉ ଗୋଟିଏ ବଗି ଉପରେ ଚଢିଯାଇଛି।  ଏହି ଘଟଣାରେ ହେଲପ ଲାଇନ ଜାରି ହୋଇଛି। ସମ୍ପର୍କୀୟମାନେ 94544 55183 କୁ ଯୋଗାଯୋଗ କରିବାକୁ କୁହାଯାଛି। ମିରଟ ଜିଲ୍ଲା ହସପିଟାଲ ପକ୍ଷରୁ ଏହି ହେଲ୍‌ପଲାଇନ ଜାରି କରାଯାଛି। ସେହିପରି ୯୭୬୦୫୩୪୦୫୪ ଏବଂ ୯୭୬୦୫୩୫୧୦୧ ଦୁଇଟି ହେଲପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।

Related story