ୟୁପି ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ, କେନ୍ଦ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ଗୋଟିଏ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ରହିଥିଲେ। ସମସ୍ତେ ରାଷ୍ଟ୍ରପତିଙ୍କୁ ଭେଟି ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏଥିସହ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବହିଷ୍କାର ଦାବି କରିଛନ୍ତି। ଲଖିମପୁର ଖେରିରେ ଚାଷୀଙ୍କ […]

Rahul

Hemant Lenka
  • Published: Wednesday, 13 October 2021
  • , Updated: 13 October 2021, 01:19 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ଗୋଟିଏ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ରହିଥିଲେ।

ସମସ୍ତେ ରାଷ୍ଟ୍ରପତିଙ୍କୁ ଭେଟି ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏଥିସହ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବହିଷ୍କାର ଦାବି କରିଛନ୍ତି। ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ ମିଶ୍ର। ତାଙ୍କ ବାପା ଅଜୟ ମିଶ୍ର। ତେଣୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ବିଦା ନ କରିବା ଯାଏ ଘଟଣାର ନିରପେକ୍ଷ ତଦନ୍ତ ଅସମ୍ଭବ ବୋଲି ରାହୁଲ ଗାନ୍ଧି ରାଷ୍ଟ୍ରପତିଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ କଂଗ୍ରେସ ପକ୍ଷରୁ ଗୋଟିଏ ସ୍ମାରକପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ଦିଆଯାଇଛି।

ବୈଠକ ପରେ ରାହୁଲ ଗାନ୍ଧି ସାମ୍ବାଦିକମାନଙ୍କୁ କହିଛନ୍ତି, “ଆମେ ରାଷ୍ଟ୍ରପତିଙ୍କୁ ଆମର ଦୁଇଟି ଦାବି ସମ୍ପର୍କରେ ଜଣାଇଛୁ। ଆମେ ପୂରା ଘଟଣାର ନିରପେକ୍ଷ ତଦନ୍ତ ଓ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବହିଷ୍କାର ଚାହୁଁଛୁ। ଅଜୟ ମିଶ୍ର ନିଜ ପଦରେ ରହିବା ଯାଏ ନ୍ୟାୟ ମିଳିପାରିବ ନାହିଁ। ଚାଷୀମାନେ ନ୍ୟାୟ ମାଗୁଛନ୍ତି। ଲଖିମୁପର ଖେରି ଘଟଣା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଚାଷୀଙ୍କୁ ଧମକ ଦେଇଥିଲେ। ଏଥିପାଇଁ ଆମେ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି କରିଛୁ। ଏଥିସହ ଦୁଇ ଜଣ କାର୍ଯ୍ୟରତ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ଅନୁରୋଧ କରିଛୁ।”

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜେ ଲଖିମପୁର ଖେରି ଘଟଣାରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରିୟଙ୍କା ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଆଜି ହିଁ ଲଖିମପୁର ଖେରି ହିଂସା ଘଟଣା ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆମର ଆଶା ଚାଷୀ ଓ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ନ୍ୟାୟ ମିଳିବ। ନ୍ୟାୟ ମିଳିବା ବନ୍ଦ ହେବନି। ଆମେ ପୀଡ଼ିତଙ୍କ ପକ୍ଷରୁ ଆଜି ଦାବି ରାଷ୍ଟ୍ରପତିଙ୍କୁ ଜଣାଇଛୁ ବୋଲି ସେ କହିଛନ୍ତି।


ସୂଚନାଯୋଗ୍ୟ, ଚାଷୀମାନେ କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରି ସେପ୍ଟେମ୍ବର ୨୭ରେ ଭାରତ ବନ୍ଦର ଡାକରା ଦେଇଥିଲେ। ସେହିଦିନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଚାଷୀମାନଙ୍କୁ ଖୋଲା ଧମକ ଦେଇଥିଲେ। ଏହାକୁ ବିରୋଧ କରି ଚାଷୀମାନେ ଲଖିମପୁର ଖେରିରେ ଅକ୍ଟୋବର ୩ରେ ଏକାଠି ହୋଇଥିଲେ।

ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲେ। ଗାଡ଼ି ମଡ଼ାଇବା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ସାମିଲ ଥିବା ଅଭିଯୋଗ ହୋଇଛି। ଏଥିପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଗାଡ଼ି ମାଡ଼ି ଯାଇ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ। ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଗାଡ଼ି ଡ୍ରାଇଭରଙ୍କ ସମେତ ୩ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଘଟଣାସ୍ଥଳରେ ଖବର ସଂଗ୍ରହ କରୁଥିବା ଜଣେ ସାମ୍ବାଦିକ ମଧ୍ୟ ହିଂସାକାଣ୍ଡରେ ଜୀବନ ହରାଇଛନ୍ତି।

Related story