ପୁରୀରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା

ପୁରୀ: ପୁରୀରେ ଆଜି ସନ୍ଧ୍ୟାରେ ଘଟିଛି ଏକ ହତ୍ୟାକାଣ୍ଡ। ପୁରୀ ସଦର ଥାନା ଉତ୍ତରଣ ମଠସାହିରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକଙ୍କ ନାମ ମେରୁଧର ପ୍ରଧାନ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ମେରୁକୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଶରୀରକୁ ବନ୍ଧ ତଳକୁ ଫୋପାଡ଼ି ଦେଇଥିଲେ। ସନ୍ଧ୍ୟା ପ୍ରାୟ ସଢ଼େ ୬ଟା ବେଳେ ମେରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଶତ୍ରୁତା […]

purimurder

Rakesh Mallick
  • Published: Saturday, 03 October 2015
  • , Updated: 04 October 2015, 08:47 AM IST

ପୁରୀ: ପୁରୀରେ ଆଜି ସନ୍ଧ୍ୟାରେ ଘଟିଛି ଏକ ହତ୍ୟାକାଣ୍ଡ। ପୁରୀ ସଦର ଥାନା ଉତ୍ତରଣ ମଠସାହିରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକଙ୍କ ନାମ ମେରୁଧର ପ୍ରଧାନ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି।

ମେରୁକୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଶରୀରକୁ ବନ୍ଧ ତଳକୁ ଫୋପାଡ଼ି ଦେଇଥିଲେ। ସନ୍ଧ୍ୟା ପ୍ରାୟ ସଢ଼େ ୬ଟା ବେଳେ ମେରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଶତ୍ରୁତା ଥିବା ସେହି ଗାଁର ୩ ଜଣ ଯୁବକ ତାଙ୍କୁ ହତ୍ୟା କରିଥିବା ପରିବାରର ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story