ସ୍ୱାଇପ୍ କଲେ ‘ଏଟିଏମ୍’ରୁ ବାହାରୁଛି ଲଡୁ!
- Published: Saturday, 22 September 2018
- , Updated: 22 September 2018, 11:16 AM IST

ମୁମ୍ୱାଇ: ସମୟ ବଦଳିବା ସହ ଏଥିରେ ତାଳ ଦେଇ ନିତିଦିନ ନୂଆ ନୂଆ ଟେକ୍ନୋଲୋଜି ବି ସାମ୍ନାକୁ ଆସୁଛି। ଏହି ଟେକ୍ନୋଲୋଜି ଜରିଆରେ ଲୋକେ ବିଭିନ୍ନ ସୁବିଧା ସୁଯୋଗ ନିଜ ହାତ ପାଆନ୍ତାରେ ପାଇ ପାରୁଛନ୍ତି।

ଆମେ ସମସ୍ତେ ଜାଣିଛେ, ଏଟିଏମ୍‌ରୁ ଟଙ୍କା ବାହାରିଥାଏ। ପରବର୍ତ୍ତୀ ସମୟରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ତତ୍‌କ୍ଷଣାତ୍‌ ଆବଶ୍ୟକତା ଅନୁସାରେ ପାଣି ଓ କ୍ଷୀର ପାଇବା ପାଇଁ ମଧ୍ୟ ଏଟିଏମ୍‌ର ବ୍ୟବହାର କରାଯାଉଛି। ଏବେ ପୁଣେରେ ଏପରି ଏକ ଏଟିଏମ୍‌ ସ୍ଥାପନ ହୋଇଛି, ଯେଉଁଥିରେ ଆପଣ କାର୍ଡ ସ୍ୱାଇପ୍‌ କରି ଲଡୁ ପାଇପାରିବେ।

ଏହି ନିଆରା ଏଟିଏମ୍‌ର ଫୁଲ୍‌ଫର୍ମ୍‌ ହେଉଛି. Any Time Modak (ATM) ମେସିନ୍‌।

ତଥ୍ୟ ଅନୁଯାୟୀ, ପୁଣେର ସଞ୍ଜୀବ କୁଲକର୍ଣ୍ଣି ନାମକ ଜଣେ ବ୍ୟକ୍ତି ଏହିପ୍ରକାର ସ୍ୱତନ୍ତ୍ର ଏଟିଏମ୍‌ର ଉଦ୍ଭାବନ କରିଛନ୍ତି। ଯେଉଁଥିରେ ଏକ ସ୍ପେଶାଲ୍‌ କାର୍ଡ ପୂରାଇଲେ ମୋଦକ ବା ଲଡ଼ୁ ବାହାରିବ।

ସଞ୍ଜୀବ କହିଛନ୍ତି, ଏହି ମେସିନ ପରମ୍ପରା ଓ ଟେକ୍ନୋଲୋଜିର ଏକ ମିଶ୍ରଣ। ପୂର୍ବରୁ ଲୋକମାନଙ୍କର ଟଙ୍କା ଆବଶ୍ୟକ ପଡ଼ୁଥିଲେ, ସେମାନେ ATM ଯାଉଥିଲେ। ଏବେ ମିଠା ଖାଇବାକୁ ଇଚ୍ଛା କଲେ, ATMରୁ ମଧ୍ୟ ଏହି ସୁବିଧା ପାଇପାରିବେ।