ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଦୋଷ ଦେଲା ବିଜେପି

କେମିତି ହେଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ? ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ଆଜି ଦଳିୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ବାଣ ଛାଡ଼ିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସେ କହିଛନ୍ତି, ରାଜଶ୍ରୀ ନିଖୋଜ ହେବାର ଦୁଇ ଦିନ ପର୍ଯ୍ୟନ୍ତ କାହିଁକି ଓସିଏ ପକ୍ଷରୁ ରାଜଶ୍ରୀଙ୍କ ପରିବାର କି ପୁଲିସକୁ ଏ ବାବଦରେ ଜଣାଇ ଦିଆଯାଇ ନ […]

  • Published: Sunday, 15 January 2023
  • , Updated: 15 January 2023, 06:32 PM IST

କେମିତି ହେଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ? ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି। ଆଜି ଦଳିୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓସିଏ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ବାଣ ଛାଡ଼ିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସେ କହିଛନ୍ତି, ରାଜଶ୍ରୀ ନିଖୋଜ ହେବାର ଦୁଇ ଦିନ ପର୍ଯ୍ୟନ୍ତ କାହିଁକି ଓସିଏ ପକ୍ଷରୁ ରାଜଶ୍ରୀଙ୍କ ପରିବାର କି ପୁଲିସକୁ ଏ ବାବଦରେ ଜଣାଇ ଦିଆଯାଇ ନ ଥିଲା। ଏହା ସନ୍ଦେହ ସୃଷ୍ଟି କରୁଛି। ରାଜଶ୍ରୀଙ୍କ ଟିମ୍‌ ମ୍ୟାନେଜର କିଏ? ସେ ସାମନାକୁ ଆସନ୍ତୁ। ହୋଟେଲରେ ଖେଳାଳିଙ୍କ ରହିବା କଥା କିଏ ବୁଝୁଥିଲା ?, ତାହା ସମସ୍ତେ ଜାଣିବା ଦରକାର ବୋଲି କହିଛନ୍ତି ସ୍ମୃତି ପଟ୍ଟନାୟକ।

https://youtu.be/j3cSMZsYf2E

Related story