ଘରେ ଠାକୁରଙ୍କ ମୁହଁ ଏହି ଦିଗକୁ ରହିଲେ ମିଳେ ଶୁଭଫଳ

Ordigital Desk
  • Published: Monday, 27 August 2018
  • , Updated: 27 August 2018, 02:52 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି କରିବା ବେଳେ ଲୋକମାନେ ପ୍ରତିଟି କଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଥା&rsquo;ନ୍ତି। ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ୱାର, ବିଭିନ୍ନ କୋଠରୀ, ରୋଷେଇ ଘର ଓ ଠାକୁର ଘର ତିଆରି କରିଥାଆନ୍ତି।</p> <p>ତେବେ ଠାକୁର ଘରେ ଠାକୁର ରଖିବା ନେଇ ମଧ୍ୟ କିଛି ନୀତି ନିୟମ ରହିଛି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଠାକୁରଙ୍କୁ ସବୁ ବେଳେ ପଶ୍ଚିମ ଦିଗକୁ ମୁହଁ କରି ରଖନ୍ତୁ।</p> <p>ମନ୍ଦିରରେ ଠାକୁର ପୂର୍ବ ଦିଗକୁ ମୁହଁ କରନ୍ତି, କିନ୍ତୁ ଘର ଠାକୁର ପଶ୍ଚିମକୁ ମୁହଁ କରନ୍ତି। କାରଣ ଠାକୁରଙ୍କ ମୁହଁ ପଶ୍ଚିମ ଦିଗକୁ ରଖାଗଲେ ଆମେ ଯେତେବେଳେ ପୂଜା କରିବା ଆମ ମୁହଁ ପୂର୍ବକୁ ରହିବ। ଏହାଦ୍ୱାରା ପୂଜାର ଶୁଭଫଳ ପ୍ରାପ୍ତି ହେବ।</p> <p>କିନ୍ତୁ ଠାକୁର ପୂର୍ବ ଦିଗକୁ ମୁହଁ କଲେ ଆମେ ପୂଜା କଲା ବେଳେ ଆମ ମୁହଁ ପଶ୍ଚିମ ଦିଗକୁ ରହିବ। ଆଉ ଏମିତି ହେଲେ ଅଶୁଭ ଫଳ ପ୍ରାପ୍ତି ହେବ।</p>

Related story