ବିଛା ଦେଖିଲେ ମାରିଦେଉଛନ୍ତି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ଘରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖାଦିଅନ୍ତି। ସେଥିରୁ କିଛି ବିଷାକ୍ତ ଜୀବ ମଧ୍ୟ ଦେଖିବାକୁ ମିଳେ। ଯେମିତିକି ବିଛା। କଳା ବିଛା, ନାଲି ବିଛା, ଛୋଟ ବିଛା, ବଡ ବିଛା-ଏମିତି ଅନେକ ପ୍ରକାରର ବିଛା ଦେଖାଦିଅନ୍ତି। ଏସବୁ ବିଷାକ୍ତ ହୋଇଥିବାରୁ ଘରେ ବିଛା ଦେଖିଲେ ଆମେ ତାକୁ ମାରିଦେଉ। ହେଲେ ଏପରି କରିବା ଅନୁଚିତ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ବିଛା ତା ବାପା ମାଆଙ୍କର ଗୋଟିଏ ସନ୍ତାନ ହୋଇଥାଏ। ବିଛାଟିଏ […]

Scarpion

Ordigital Desk
  • Published: Monday, 13 August 2018
  • , Updated: 13 August 2018, 09:06 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ଘରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖାଦିଅନ୍ତି। ସେଥିରୁ କିଛି ବିଷାକ୍ତ ଜୀବ ମଧ୍ୟ ଦେଖିବାକୁ ମିଳେ। ଯେମିତିକି ବିଛା। କଳା ବିଛା, ନାଲି ବିଛା, ଛୋଟ ବିଛା, ବଡ ବିଛା-ଏମିତି ଅନେକ ପ୍ରକାରର ବିଛା ଦେଖାଦିଅନ୍ତି।

ଏସବୁ ବିଷାକ୍ତ ହୋଇଥିବାରୁ ଘରେ ବିଛା ଦେଖିଲେ ଆମେ ତାକୁ ମାରିଦେଉ। ହେଲେ ଏପରି କରିବା ଅନୁଚିତ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ବିଛା ତା ବାପା ମାଆଙ୍କର ଗୋଟିଏ ସନ୍ତାନ ହୋଇଥାଏ। ବିଛାଟିଏ ମାରିଦେଲେ ଗୋଟେ ବଂଶ ବୁଡ଼ିଗଲା ବୋଲି ଜାଣନ୍ତୁ। ତେଣୁ ବିଛା ମାରିବା ଦ୍ୱାରା ପାପ ଲାଗିଥାଏ ବୋଲି ବିଶ୍ୱାସ ରହିଛି।

ଯଦି ଯାତ୍ରା କରିବା ସମୟରେ ବିଛା ଦେଖନ୍ତି, ତେବେ ଏହା ଶୁଭ। ଘରେ ଯଦି ବିଛା ବାହାରିଲା ତେବେ ଜାଣିବେ ୮ ଦିନ ଭିତରେ ମନୋବାଞ୍ଛା ପୂର୍ଣ୍ଣ ହେବାକୁ ଯାଉଛି। ତେଣୁ ବିଛା ଦେଖିଲେ, କେବେ ମାରନ୍ତୁ ନାହିଁ। ପାରିବେ ଯଦି ତାକୁ ଘଉଡେଇ ଦିଅନ୍ତୁ।

https://www.youtube.com/watch?v=v5VYCDtAw5Q

Related story