- Videos
- National
- ଗାଈ କାନ୍ଦିଲେ ମାଡ଼ି ଆସେ ବିପଦ: ଜାଣନ୍ତୁ କେମିତି କରିବେ ପ୍ରତିକାର
ଗାଈ କାନ୍ଦିଲେ ମାଡ଼ି ଆସେ ବିପଦ: ଜାଣନ୍ତୁ କେମିତି କରିବେ ପ୍ରତିକାର
- Published: Saturday, 11 August 2018
- , Updated: 11 August 2018, 09:03 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କ ଘରେ ଗାଈ ଥିବ, ତା’ହେଲେ ହୁଏତ ସେ କେବେ କାନ୍ଦିବାର ଆପଣ ଦେଖିଥିବେ। ଗାଈମାନେ କାନ୍ଦିଲେ ସେମାନଙ୍କ ଆଖିରେ କଳାଦାଗ ହୋଇଯାଏ। ତେବେ ଗାଈ କାନ୍ଦିବା ଭଲ ନୁହେଁ ବୋଲି କୁହାଯାଏ।</p>
<p>ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ଗାଈମାନେ କାନ୍ଦିବା ଦ୍ୱାରା ଅଶୁଭ ସଂକେତ ମିଳିଥାଏ। ଗାଈ କାନ୍ଦିବାର ୬ମାସ ମଧ୍ୟରେ ଘରେ କିଛି ବିପଦ ପଡ଼ିବାର ଆଶଙ୍କା ଥାଏ। ସେହିପରି ପେଚା ଦୁଇ ପ୍ରକାରର ଅଛନ୍ତି। ଗୋଟେ ଧଳା ଓ ଅନ୍ୟଟି କଳା। ଯଦି କଳା ରଙ୍ଗର ପେଚା ଆପଣଙ୍କ ଘର ଉପରେ ବସିଥାଏ କିମ୍ବା ଘର ଭିତରକୁ ପଶିଯାଏ, ତା’ହେଲେ ୧୫ଦିନ ମଧ୍ୟରେ କିଛି ଅଶୁଭ ଘଟଣା ଘଟିପାରେ।</p>
<p>ଏସବୁର ପ୍ରତିକାର ରହିଛି। ଏଥିପାଇଁ ଯେ କୌଣସି ଗୁରୁବାର ଦିନ ହଳଦୀ ପାଣିରେ ଭୂଇଁକୁ ଲିପି ଦିଅନ୍ତୁ ଏବଂ ତା’ଉପରେ କିଛି କଳା ଅପରାଜିତା ଫୁଲ ରଖି ମୁଣ୍ଡିଆ ମାରନ୍ତୁ। ବିପଦ ଟଳିଯିବ।</p>