ବିଜେଡିରୁ ବୈଜୟନ୍ତ ନିଲମ୍ବିତ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବିଜେଡିରୁ ନିଲମ୍ବିତ ହେଲେ ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡା। ଦୀର୍ଘଦିନର ରାଜନୈତିକ ଛକାପଞ୍ଝା ଭିତରେ ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ଦଳର ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଗୋଟିଏ ପଟେ କୁନ୍ଦୁଲି ନିଆଁ ଜଳୁଥିବା ବେଳେ ଏଥିରୁ ଦୃଷ୍ଟି  ହଟାଇବା ପାଇଁ ଏଭଳି ଏକ ହୀନ ରାଜନୈତିକ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା […]

Jay

Jay

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 09:15 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବିଜେଡିରୁ ନିଲମ୍ବିତ ହେଲେ ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡା। ଦୀର୍ଘଦିନର ରାଜନୈତିକ ଛକାପଞ୍ଝା ଭିତରେ ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ଦଳର ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ଗୋଟିଏ ପଟେ କୁନ୍ଦୁଲି ନିଆଁ ଜଳୁଥିବା ବେଳେ ଏଥିରୁ ଦୃଷ୍ଟି  ହଟାଇବା ପାଇଁ ଏଭଳି ଏକ ହୀନ ରାଜନୈତିକ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୧୧ ତାରିଖରେ କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିବାଦ ଦେଖାଦେଇଥିଲା।  ବାଦବିବାଦ ଭିତରେ କଟକ ଜିଲ୍ଲା ମାହାଙ୍ଗା ନିକଟ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଥିଲେ  ସାଂସଦ ବୈଜୟନ୍ତ ପଣ୍ଡା।  ହେଲେ ଲୋକଙ୍କ ହିତ ପାଇଁ ହେଉଥିବା ଏହି ଉନ୍ନୟନ କାର୍ଯ୍ୟକ୍ରମରେ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କର ଦେଖା ମିଳି ନଥିଲା। ଏହି ଅବସରରେ ସାଂସଦ ପଣ୍ଡା ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ। କହିଥିଲେ- ଯେଉଁ ଅଫିସର ନିଜ କର୍ତ୍ତବ୍ୟ ଭୁଲି ଲକ୍ଷ୍ମଣରେଖା ଡେଇଁ ରାଜନୀତି କରନ୍ତି, ସେଭଳି ଅଫିସରଙ୍କୁ ସମ୍ମାନ ଦେବା ଆବଶ୍ୟକତା ନାହିଁ।ହଜାର ହଜାର ଲୋକଙ୍କ ଗହଣରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ହାତରେ ପ୍ରକଳ୍ପର ଲୋକାର୍ପଣ ହୋଇଥିଲେ।

ଗତବର୍ଷ ମାହାଙ୍ଗା ଘଟଣାର ଉଦାହରଣ ଦେଇ ସାଂସଦ ପଣ୍ଡା କହିଥିଲେ- “ଗୁଳି କଲେ ବି ମୁଁ ଲୋକଙ୍କ ପାଖକୁ ଆସିବି ବୋଲି କହିଥିଲି, ଏବେ ଆସିଛି। ପାଣି କିଏ ଆଣିବାକୁ ଚାହୁଁଥିଲା, ଆଉ କିଏ ଅଟକାଉଥିଲେ ଆଗାମୀ ଦିନରେ ସ୍ୱାଭିମାନୀ ମାହାଙ୍ଗାବାସୀ ଏହାର ଜବାବ ଦେବେ।”

ଏହି ଅବସରରେ ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସରଙ୍କ ଉପରେ ଧୁମ୍ ବର୍ଷିଥିଲେ ବୈଜୟନ୍ତ। କହିଥିଲେ- “ଯେତେବେଳେ କୌଣସି ଅଫିସର ନିଜ ଚାକିରିର ନିୟମକୁ ଭୁଲି ଲକ୍ଷ୍ମଣ ରେଖା ଟପି ରାଜନୀତିରେ ସାମିଲ ହୋଇଯାଆନ୍ତି ଓ ଦଳୀୟ କାର୍ଯ୍ୟକ୍ରମରେ ହାତ ମାରନ୍ତି, ଏବଂ ଜନ-ବିରୋଧୀ କାମ କରୁଥିବା ବ୍ୟକ୍ତିକୁ ଆଶ୍ରୟ ଦିଅନ୍ତି, ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ନାହିଁ। ସେହିଭଳି ଅଧିକାରୀମାନଙ୍କୁ କେମିତି ବ୍ୟବହାର କରାଯିବା ଦରକାର, ତାହା ବିଜୁବାବୁ ପବ୍ଲିକ ମିଟିଂରେ କହିଥିଲେ।”

ପାନୀୟ ଜଳ ଭଳି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ବୁହାଳୋ ଗାଁରେ ଉଦ୍‌ଘାଟନୀ ପର୍ବ ଚାଲିଥିଲା। ସେପଟେ ନିଶ୍ଚିନ୍ତକୋଇଲି ବଜାରରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରି ଧାରଣାରେ ବସିଥିଲେ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକ। ଏହାର ଜବାବ ମଧ୍ୟ ଦେଇଥିଲେ ବୁହାଳୋ ବାସିନ୍ଦା।

ଏହାକୁ ନେଇ ପରେ ରାଜନୀତି ଜୋର ଧରିଥିଲା। କିଛି ନେତାଙ୍କ ପ୍ରରୋଚନା ଏବଂ ପାଣ୍ଡିଆନଙ୍କ ଷଡ଼ଯନ୍ତ୍ରରେ କେନ୍ଦ୍ରାପଡ଼ା, ନିଶ୍ଚିନ୍ତ କୋଇଲି ଏବଂ ସାଲେପୁରର କିଛି କର୍ମୀ  ବୈଜୟନ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇଥିଲେ। ସାଂସଦ ସେମାନଙ୍କ ସହ ସମ୍ପର୍କ ରଖୁ ନଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ   ଏବଂ ମନ୍ତ୍ରୀ ଊଷାଦେବୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଭଭୟେ ରିପୋର୍ଟ ଦେବା ପରେ ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos