ବିଲେଇ ପାଇଁ ଜୀବନ ଗଲା

  • Published: Wednesday, 11 October 2023
  • , Updated: 11 October 2023, 06:46 PM IST

ବିଲେଇକୁ ଉଦ୍ଧାର ପାଇଁ ଜଣେ ପରେ ଜଣେ ୩ ଜଣ କୂଅକୁ ଡେଇଁଥିଲେ। ହେଲେ କୂଅ ଭିତରେ ଚାଲିଗଲା ଜଣକ ଜୀବନ। ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପଟିଆ ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ। ସେ ଜଣେ ଆଇସ୍‌କ୍ରିମ୍‌ ବେପାରୀ ।

Related story