୯ ଅକ୍ଟୋବର, ମଙ୍ଗଳବାର: ଏମାନେ ଆଜି ସତର୍କ ରହିବା ଉଚିତ୍‌

ମେଷ: ଦିନଟି ଭଲରେ କଟିବ। ବ୍ୟବସାୟରେ ଲାଭ ମିଳିବ। ଶରୀର ଫୁର୍ତ୍ତି ରହିବ। ଉପହାର ମିଳିବ।

ବୃଷ: କଥା ଉପରେ ସଂଯମ ରଖନ୍ତୁ। ନୂତନ କାର୍ଯ୍ୟ କରିବାକୁ ପ୍ରେରଣ ମିଳିବ। ସାହିତ୍ୟରେ ରୁଚି ବଢ଼ିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥତା ଅନୁଭବ କରିବେ। ଖାଦ୍ୟପ୍ରେୟ ଉପରେ ଧ୍ୟାନ ଦିଅନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କର୍କଟ: ଘରେ ସୁଖ ଶାନ୍ତିର ବାତାବରଣ ରହିବ। ବନ୍ଧୁଙ୍କ ସହ ସାକ୍ଷାତ ହେବ। ଶୁଭ କାର୍ଯ୍ୟ କରିବା ପାଇଁ ଦିନଟି ଅନୁକୁଳ। ମାନ-ସମ୍ମାନ ମିଳିବ।

ସିଂହ: ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

କନ୍ୟା: ନୂଆ ବସ୍ତ୍ର କିଣି ପାରନ୍ତି। ସୁସ୍ଥ ରହିବେ। ଜୀବନ ସାଥୀଙ୍କ ସହ ମତାନ୍ତର ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା:  ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ସତର୍କ ରୁହନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। ବିବାହ ସ୍ଥିର ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପରିବାରରେ ହସ ଖୁସିର ବାତାବରଣ ରହିବ।

ଧନୁ: ଦିନଟି ଭଲରେ କଟିବ। ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପଦନ୍ନୋତିର ଯୋଗ ରହିଛି।

ମକର: ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇ ପାରନ୍ତି।

କୁମ୍ଭ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଖରାପ ହେବ ଓ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଖି ଯନ୍ତ୍ରଣା ଜନିତ ସମସ୍ୟାରେ ପଡ଼ିପାରନ୍ତି।

ମୀନ: ମାନ-ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ମନୋରଞ୍ଜନ ପାଇଁ କୌଣସି ସ୍ଥାନକୁ ଯାଇ ପାରନ୍ତି।