୧୨ ଜାନୁଆରୀ,ଶନିବାର: ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହୋଇପାରେ

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ମାନସିକ ଚିନ୍ତାରେ ରହିବେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ। ଯାତ୍ରା କରନ୍ତୁ ନାହିଁ।

ମିଥୁନ: ଦିନଟି ଭଲରେ କଟିବ। ନୂଆ ପୋଷାକ କିଣିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ପୁରୁଣାବନ୍ଧୁଙ୍କ ସହ ଦେଖାହୋଇପାରେ।

କର୍କଟ: ଚାକିରିକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ସିଂହ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ଜୀବନସାଥୀଙ୍କ ସହଯୋଗ ମିଳିବ।

କନ୍ୟା: ଖାଦ୍ୟ-ପେୟର ଯତ୍ନ ନିଅନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଅସୁସ୍ଥ ଅନୁଭବ କରିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମାଲିମକଦ୍ଦମାରେ ବିଜୟୀ ହେବେ।

ବିଚ୍ଛା: ଭାଗ୍ୟ ବୃଦ୍ଧି ହେବ। ଭାଇ ଓ ବନ୍ଧୁଙ୍କଠାରୁ ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ।

ଧନୁ: ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ଆଣ୍ଡୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବେ। ସାହିତ୍ୟ-କଳାକ୍ଷେତ୍ରରେ ରୁଚି ବଢ଼ିବ।

ମକର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଯାନବାହନ କିଣିପାରନ୍ତି।

କୁମ୍ଭ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧାରଉଧାର ଦିଅନ୍ତୁ ନାହିଁ। ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମୀନ: ଖର୍ଚ୍ଚାନ୍ତରେ ପଡ଼ିବେ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ।