୧୨ ଅକ୍ଟୋବର, ଶୁକ୍ରବାର: ପାଚନ ତନ୍ତ୍ରରେ ଯନ୍ତ୍ରଣା ଅନୁଭବ କରିବେ

ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆଧ୍ୟାତ୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଚିନ୍ତିତ ରହିବେ। କଥା ଉପରେ ସଂଯମ ରଖନ୍ତୁ। ବୃଷ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ବନ୍ଧୁଙ୍କ ସହ ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ମାନ-ସମ୍ମାନ ମିଳିବ। ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍କଟ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ପାଚନ ତନ୍ତ୍ରରେ […]

Rasi-Fala

Rasi-Fala

Jyoshna Pradhan
  • Published: Friday, 12 October 2018
  • Updated: 12 October 2018, 07:42 AM IST

Sports

Latest News

ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆଧ୍ୟାତ୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଚିନ୍ତିତ ରହିବେ। କଥା ଉପରେ ସଂଯମ ରଖନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ବନ୍ଧୁଙ୍କ ସହ ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କର୍କଟ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ପାଚନ ତନ୍ତ୍ରରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ସିଂହ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁଖନ୍ତୁ।

କନ୍ୟା:  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଘରେ ପୂଜାପାଠ କରିପାରନ୍ତି।

ତୁଳା:  ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ବିଚ୍ଛା: ପରିବାର ସଦସ୍ୟଙ୍କ ସହ ଖୁସିରେ ସମୟ ବିତିବ। ମନ ପ୍ରଫୁଲ୍ଲିତ ରହିବ। ଶୁଭ ଖବର ମିଳିବ।

ଧନୁ: ଦିନଟି ଭଲରେ କଟିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଯାନବାହନ କିଣିପାରନ୍ତି।

ମକର:ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ଶେୟାର କିମ୍ୱା ସଟ୍ଟାରେ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

କୁମ୍ଭ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପିଲାଙ୍କ ନେଇ ଖୁସି ଅନୁଭବ କରିବେ। ପରିବାରରେ ହସଖୁସିର ବାତାବରଣ ରହିବ।

ମୀନ: ଉଚ୍ଚ ଅଧିକାରୀଙ୍କ ସହ ବାଦ-ବିବାଦ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos