୧୩ ସେପ୍ଟେମ୍ବର, ଗୁରୁବାର: ଆଜି ଗଣେଶ ପୂଜାରେ ଦିନଟି ଏମିତି କଟିପାରେ

ମେଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ସଂପନ୍ନ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।  ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଦାୟିତ୍ୱ ବଢ଼ିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇପାରେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ। କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରୁ ବାହାକୁ ଗଲା […]

RasiFala

RasiFala

Jitendra Garnayak
  • Published: Thursday, 13 September 2018
  • Updated: 13 September 2018, 03:56 AM IST

Sports

Latest News

ମେଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ସଂପନ୍ନ ହୋଇପାରେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।  ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଦାୟିତ୍ୱ ବଢ଼ିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇପାରେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ।

କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରୁ ବାହାକୁ ଗଲା ବେଳେ ମିଶ୍ରି ଖାଇ ଯାଆନ୍ତୁ, ଶୁଭଫଳ ମିଳିବ।

ସିଂହ:  ଘର ଲୋକଙ୍କ ସହିତ ଖୁସିରେ ଦିନଟି କାଟିବେ। ମାନ-ସମ୍ମାନ ବଢ଼ିବ। ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଖର୍ଚ୍ଚ ବଢ଼ିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଅଧିକ ଲାଭ ମିଳିବ।

ବିଛା: ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଯାଇପାରେ, ସତର୍କ ରୁହନ୍ତୁ। ପରିବାରର କୌଣସି ସଦ୍ୟସଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ମହିଳାଙ୍କ ସହଯୋଗ ମିଳିବ।

ଧନୁ: କ୍ୟାରିଅରରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ।

ମକର: ଲାଗି ରହିଥିବା ବିବାଦରେ ଆଜି ପୂର୍ଣ୍ଣଛେଦ ପଡ଼ିବ। ଘର ଲୋକଙ୍କ ସହ ଖୁସିରେ ଦିନଟି କାଟିବେ। ଭାଇଙ୍କ ସହଯୋଗ ମିଳିବ।

କୁମ୍ଭ: ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଘରକୁ ବନ୍ଧୁ ଆସିପାରନ୍ତି।

ମୀନ: ବ୍ୟସ୍ତତା ଭିତରେ ଦିନଟି କଟିବ।ଶରୀର କୌଣସି ସ୍ଥାନରେ ଆଘାତ ଲାଗିପାରେ, ତେଣୁ ଦେଖିଚାହିଁ କାମ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos