୨୨ ଅକ୍ଟୋବର, ସୋମବାର: କାର୍ଯ୍ୟରେ ସଫଳତା ମିଳିବ

ମେଷ: ଘରେ ପୂଜା ପାଠର ଆୟୋଜନ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ଖର୍ଚ୍ଚ ବଢ଼ିବ। ମନ ବିଚଳିତ ରହିବ।

ବୃଷ: ବ୍ୟବସାୟରେ ଲାଭ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇ ପାରନ୍ତି। ମାନ-ସମ୍ମାନ ମିଳିବ।

ମିଥୁନ: ଦିନଟି ଭଲରେ କଟିବ।  ଅଧିକ ପରିଶ୍ରମ କରିବେ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବଢ଼ିବ। ସୁସ୍ଥ ରହିବେ।

କର୍କଟ: ଭାଗ୍ୟ ପରିବର୍ତ୍ତନର ଯୋଗ ରହିଛି। ବିଦେଶକୁ ଯାତ୍ରା କରିପାରନ୍ତି। ଧାର୍ମିକ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବେ।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

କନ୍ୟା: ଦାମ୍ପତ୍ୟ ଜୀବନ ଭଲରେ କଟିବ। ନୂଆ ପୋଷାକ କିଣି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ତୁଳା: ଘରେ ସୁଖ ଶାନ୍ତିର ପରିବେଶ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଉଚ୍ଚଧିକାରୀଙ୍କ ସହଯୋଗ ମିଳିବ।

ବିଛା: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ଧନୁ:  କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଅଳସୁଆ ଅନୁଭବ କରିବେ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

ମକର: ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କୁମ୍ଭ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ।

ମୀନ: ମନ ପ୍ରଫୁଲ୍ଲିତ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ