୧୯ ସେପ୍ଟେମ୍ବର, ବୁଧବାର : ଏହି ରାଶିର ଲୋକେ ଜଳାଶୟଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ

ମେଷ: କାହାକୁ ଖରାପ ବ୍ୟବହାର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବିରୋଧୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ବୃଷ: କୌଣସି ପ୍ରକାର ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରନ୍ତୁ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବ୍ୟବସାୟରେ କିଛି ବାଧା ଉପୁଜି ପାରେ। ମିଥୁନ: ଦିନଟି ଭଲରେ ବିତିବ। ଚିନ୍ତାମୁକ୍ତ ହେବେ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। କେହି ଅର୍ଥ କରଜ ନେଇଥିଲେ ଆଜି ଫେରାଇ ପାରନ୍ତି। କର୍କଟ: ଅର୍ଥଲାଭ ହେବ। ବ୍ୟବସାୟୀଙ୍କ […]

RasiFala

Jitendra Garnayak
  • Published: Wednesday, 19 September 2018
  • , Updated: 19 September 2018, 02:19 AM IST

ମେଷ: କାହାକୁ ଖରାପ ବ୍ୟବହାର କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବିରୋଧୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ବୃଷ: କୌଣସି ପ୍ରକାର ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରନ୍ତୁ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବ୍ୟବସାୟରେ କିଛି ବାଧା ଉପୁଜି ପାରେ।

ମିଥୁନ: ଦିନଟି ଭଲରେ ବିତିବ। ଚିନ୍ତାମୁକ୍ତ ହେବେ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। କେହି ଅର୍ଥ କରଜ ନେଇଥିଲେ ଆଜି ଫେରାଇ ପାରନ୍ତି।

କର୍କଟ: ଅର୍ଥଲାଭ ହେବ। ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ବେଶ୍ ଭଲ ରହିବ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ସିଂହ: ପେଟରେ ସମସ୍ୟା ଦେଖାଯାଇପାରେ। ଆର୍ଥିକ ସଙ୍କଟ ଦେଖାଯାଇପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଜଳାଶୟଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ। ଆବଶ୍ୟକ ନଥିଲେ ଯାତ୍ରା କରନ୍ତୁ ନାହିଁ।

ତୁଳା: ସମାଜରେ ପ୍ରତିଷ୍ଠା ବଢ଼ିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ବିଛା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ କଟୁ କଥା କୁହନ୍ତୁ ନାହିଁ। ନହେଲେ ସଂପର୍କରେ ଫାଟ ଦେଖାଯାଇପାରେ।

ଧନୁ: ଧନଲାଭ ହେବ। କୌଣସି ଧାର୍ମିକ ସ୍ଥଳକୁ ଯାଇପାରନ୍ତି। ଅପରାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ମନ ଖରାପ ହୋଇପାରେ

ମକର: ଦେଖିଚାହିଁ ଦିନଟି ଅତିବାହିତ କରନ୍ତୁ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ପାରେ। ଶତ୍ରୁ ହଇରାଣ କରିବାକୁ ପ୍ରୟାସ କରିପାରନ୍ତି।

କୁମ୍ଭ: ଦିନଟି ଭଲରେ କଟିବ। ଘରକୁ ଅତିଥି ଆସିପାରନ୍ତି। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।

ମୀନ: କାହାକୁ ଖରାପ ପରାମର୍ଶ ଦିଅନ୍ତୁ ନାହିଁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। କାହା ସହିତ ଝଗଡ଼ା କରନ୍ତୁ ନାହିଁ।

Related story