୨୦ ଅକ୍ଟୋବର, ଶନିବାର: ଏହି ରାଶି ଲୋକଙ୍କର ଦୁର୍ଘଟଣା ଯୋଗ ରହିଛି

ମେଷ: ବ୍ୟସ୍ତତା ଭିତରେ ଦିନ କଟିବ। କାର୍ଯ୍ୟରେ ସଫଳତା ମିଳିବ। ଗୁରୁଜନ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଶୁଭ ଖବର ଶୁଣି ପାରନ୍ତି।

ବୃଷ: ଦିନଟି ଭଲରେ କଟିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପରିବାରରେ ହସଖୁସିର ବାତାବରଣ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ରହିବ।

ମିଥୁନ: ଅଳସୁଆ ଅନୁଭବ କରିବେ। ବ୍ୟବହାରରେ ସଂଯମ ରଖନ୍ତୁ । ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ ଲାଭ ମିଳିବ।

କର୍କଟ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଅସୁସ୍ଥ ଅନୁଭବ କରିବେ।

ସିଂହ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଜୀବନସାଥୀଙ୍କ ସ୍ୱସ୍ଥ୍ୟର ଯତ୍ନ ନିଅନ୍ତୁ। ଧୈର୍ଯ୍ୟର ସହ କାମ କରନ୍ତୁ।

କନ୍ୟା: ମନ ପ୍ରଫୁଲ୍ଲିତ ରହିବ। ସୁସ୍ଥ ରହିବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ତୁଳା: ପାଚନ ତନ୍ତ୍ରରେ ଯନ୍ତ୍ରଣା ଅନୁଭବ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି।

ବିଚ୍ଛା: ଆର୍ଥିକ ସ୍ଥିତି ଭଲ ରହିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଘରକୁ ଅତିଥି ଆସି ପାରନ୍ତି। ଶତ୍ରୁ ଠାରୁ ଦୂରେଇ ରୁହନ୍ତୁ।

ମକର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ବନ୍ଧୁଙ୍କ ସହ ସ୍ୱାଦିଷ୍ଟ ଭୋଜନ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ:ମାନସିକ ବ୍ୟଗ୍ରତା ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିପାରନ୍ତି। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।