ମେଷ: ଦିନଟି ଅନୁକୂଳ ନାହିଁ। ଦେଖିଚାହିଁ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
ବୃଷ: ବୈବାହିକ ଜୀବନ ଖୁସିରେ କଟିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଜମି କିଣିପାରନ୍ତି।
ମିଥୁନ: ଦିନଟି ଭଲରେ କଟିବ। ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଅଧିକ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କର୍କଟ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତି ଯୋଗ ରହିଛି।
ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ମନ ଉଦାସ ରହିବ। କାର୍ଯ୍ୟକ୍ଷେତ୍ରରେ ଚିନ୍ତିତ ରହିବେ।
କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ତୁଳା: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଦିନ ସାରା କାର୍ଯ୍ୟବ୍ୟସ୍ତ ରହିବେ। ତେଣୁ ଥକି ଯିବେ।
ବିଛା: ଦୂର ସ୍ଥାନକୁ ଯାତ୍ରା ନ କଲେ ଭଲ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିଦେବଙ୍କ ଉପାସନା କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ।
ଧନୁ: ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ମାନ-ସମ୍ମାନ ବଢ଼ିବ। ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ।
ମକର: ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପରିବାର ଲୋକଙ୍କ ସହ ଖୁସିରେ ଦିନଟି କାଟିବେ।
କୁମ୍ଭ: ବ୍ୟସ୍ତତା ଭିତରେ ଦିନଟି କାଟିବେ। ବ୍ୟବସାୟରେ ଅଧିକ ଲାଭ ହେବ। ଆୟଠାରୁ ବ୍ୟୟ ଅଧିକ ହେବ।
ମୀନ: ଦିନଟି ଭଲରେ କଟିବ। ସନ୍ତାନସନ୍ତତିଙ୍କ ସହ ଖୁସିରେ ଦିନଟି କାଟିବେ। ଆଖିରେ ସାମାନ୍ୟ ସମସ୍ୟା ଦେଖାଯାଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।