୨୪ ଏପ୍ରିଲ୍, ବୁଧବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଘର ପାଇଁ ଜିନିଷ କିଣିପାରନ୍ତି।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସମୟ ବିତାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ମିଥୁନ: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ମାନ-ସମ୍ମାନ ବଢ଼ିବ। ପଦୋନ୍ନତିର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ।

କର୍କଟ: ପେଟରେ ଯନ୍ତ୍ରଣା ଅନୁଭବ କରିବେ। କାହାକୁ ଋଣ ଦିଅନ୍ତୁ ନାହିଁ। ସୁନା,ରୁପା ଅଳଙ୍କାର କିଣିପାରନ୍ତି।

ସିଂହ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ମଧ୍ୟାହ୍ଣ ପରେ ଶୁଭ ଖବର ମିଳିବ।

କନ୍ୟା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ ବସ୍ତ୍ର କିଣିପାରନ୍ତି।

ତୁଳା: ଆଜି ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ପିଲାଙ୍କ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ଧନୁ: ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ଦେଖା ହୋଇପାରେ।

ମକର: ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ, ସତର୍କ ରୁହନ୍ତୁ।

ମୀନ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।