୨୬ ସେପ୍ଟେମ୍ବର, ବୁଧବାର: ଏହି ରାଶିର ଲୋକେ ସତର୍କ ରୁହନ୍ତୁ, କିଛି ଅଘଟଣ ଘଟିପାରେ

ମେଷ: ଦିନଟି ଅନୁକୂଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ। ବୃଷ: ସତର୍କ ରୁହନ୍ତୁ। କିଛି ଅଘଟଣ ଘଟିପାରେ। ଚିନ୍ତାଗ୍ରସ୍ତ ରହିବେ। ଅଯଥା ଖର୍ଚ୍ଚ ହୋଇପାରେ। ମିଥୁନ: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଶୁଭ ସମାଚାର ପାଇବେ। ଆୟ ବଢ଼ିବ। ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବାକୁ ଚାହିଁବେ। କର୍କଟ: ସବୁ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀ […]

RasiFala

RasiFala

Jitendra Garnayak
  • Published: Wednesday, 26 September 2018
  • Updated: 26 September 2018, 07:13 AM IST

Sports

Latest News

ମେଷ: ଦିନଟି ଅନୁକୂଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ।

ବୃଷ: ସତର୍କ ରୁହନ୍ତୁ। କିଛି ଅଘଟଣ ଘଟିପାରେ। ଚିନ୍ତାଗ୍ରସ୍ତ ରହିବେ। ଅଯଥା ଖର୍ଚ୍ଚ ହୋଇପାରେ।

ମିଥୁନ: ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଶୁଭ ସମାଚାର ପାଇବେ। ଆୟ ବଢ଼ିବ। ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବାକୁ ଚାହିଁବେ।

କର୍କଟ: ସବୁ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ସିଂହ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇପାରେ। ସେଥିପାଇଁ ଖାଦ୍ୟପେୟ ପ୍ରତି ଯତ୍ନବାନ ରୁହନ୍ତୁ। ଜଳାଶୟଠାରୁ ଦୂରେଇ ରୁହନ୍ତୁ।

ତୁଳା: ହସଖୁସିରେ ଦିନଟି କଟିବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ନୂଆ ପୋଷାକ କିଣିବାକୁ ଇଚ୍ଛା ହେବ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।

ବିଛା: ଦାମ୍ପତ୍ୟ ଜୀବନ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ କାହା ସହିତ ମତଭେଦ ହୋଇପାରେ। କାହାକୁ କଟୁ କଥା କୁହନ୍ତୁ ନାହିଁ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ରଖନ୍ତୁ।

ଧନୁ: ଦୂର ସ୍ଥାନକୁ ଯାତ୍ରା ନ କଲେ ଭଲ। ପେଟରେ ସମସ୍ୟା ଦେଖାଯାଇପାରେ। କିଛି କାର୍ଯ୍ୟ ଆଶା ମୁତାବକ ହୋଇନପାରେ। ବନ୍ଧୁମାନେ ସାହାଯ୍ୟ କରିପାରନ୍ତି।

ମକର: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ନହେଲେ ଆପଣଙ୍କର ସମ୍ମାନହାନି ହୋଇପାରେ।

କୁମ୍ଭ: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ପାଟି ଖୋଲିବେନି।

ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନଲାଭ ହେବ। ତେବେ ସେହି ଅନୁସାରେ ଖର୍ଚ୍ଚ ବି ବଢ଼ିବ। ଟିକେ ଦେଖିଚାହିଁ ଦିନଟି ଅତିବାହିତ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos