୨୭ ଅଗଷ୍ଟ, ସୋମବାର: ଜାଣନ୍ତୁ କେଉଁ ରାଶି ବ୍ୟକ୍ତିଙ୍କର ଧନପ୍ରାପ୍ତି ଯୋଗ ରହିଛି

ମେଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଜମିଜମାକୁ ନେଇ ସମସ୍ୟା ଦେଖାଯାଇପାରେ। ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ହେବ।

ବୃଷ:  ସ୍ୱାସ୍ଥ୍ୟର ଯତ୍ନ ଦିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ଶୁଭ ସମାଚାର ମିଳିପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ମିଥୁନ: ଅଧିକ ଖଚ୍ଚାର୍ନ୍ତ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଧନପ୍ରାପ୍ତି ଯୋଗ ରହିଛି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ:  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କୌଣସି କଥାକୁ ନେଇ ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଯୋଗ୍ୟ ଯୁବକ,ଯୁବତୀମାନଙ୍କର ବିବାହ ଠିକ୍‌ ହୋଇପାରେ। ଉପହାର ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ବାପାମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଅଟକି ରହିଥିବା କାମ ସଂପନ୍ନ ହୋଇପାରେ।

ବିଚ୍ଛା: ଆଜି ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। କୌଣସି ଶୁଭ ସମାଚାର ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ଧନୁ: ଚାକିରି କ୍ଷେତ୍ରରେ ସଫଳତା ମିଳିବ। ପରିବାର ଲୋକଙ୍କ ସହ ଖୁସିରେ ଦିନଟି କାଟିବେ।

ମକର: ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ଆଜି କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।

କୁମ୍ଭ: ଜମିଜମାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି। ଖର୍ଚ୍ଚ ବଢ଼ିବ। ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ମୀନ: ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦିନସାରା କାମରେ ବ୍ୟସ୍ତ ରହିପାରନ୍ତି।