ମେଷ: ଆଜି ଦିନଟି ଭଲରେ କଟିବ। ପରିବାର ଲୋକଙ୍କ ସହ ଖୁସିରେ ଦିନଟି କାଟିବେ। ଧନପ୍ରାପ୍ତି ଯୋଗ ରହିଛି।
ବୃଷ: ଅଳସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ।
ମିଥୁନ: ମାନ-ସମ୍ମାନ ବଢ଼ିବ। ଉପହାର ମିଳିପାରେ। ବିବାହ ସ୍ଥିର ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କର୍କଟ: ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଶୁଭ ସମାଚାର ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: ଯାନବାହନ ଚଲାଇ ଯାଉଥିଲେ ସତର୍କ ରୁହନ୍ତୁ। କାରଣ ଦୁର୍ଘଟଣା ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
କନ୍ୟା: ଆୟ ଅନୁସାରେ ବ୍ୟୟ ବଢ଼ିବ। ପରିବାର କୌଣସି ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ମନକୁ ଶାନ୍ତ ରଖନ୍ତୁ।
ତୁଳା: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଚାକିରି କରୁଥିବା ଲୋକେ ନୂଆ ଦାୟିତ୍ୱ ପାଇପାରନ୍ତି। ଅଫିସ୍ରେ ଉଚ୍ଚ ପଦାଧିକାରୀ ଓ ସହକର୍ମୀଙ୍କ ସହଯୋଗ ପାଇବେ।
ବିଛା: କୋର୍ଟରେ କୌଣସି ମାମଲା ବିଚାରାଧୀନ ଥିଲେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ଧନୁ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାହ ଠିକ୍ ହୋଇପାରେ। ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ବୁଲି ଯିବାକୁ ସୁଯୋଗ ପାଇବେ।
ମକର: ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖାଇବା,ପିଇବାରେ ଆଦୌ ଅବହେଳା କରନ୍ତୁ ନାହିଁ। ଧାର୍ମିକସ୍ଥଳକୁ ବୁଲିବାକୁ ଯାଆନ୍ତୁ।
କୁମ୍ଭ: ସୁସ୍ୱାଦୁ ଭୋଜନ ଖାଇବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶା ମୁତାବକ ଲାଭ ପାଇବେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।
ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ବିବାହ ଓ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।