ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।
ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାନମହୁରୀ ଖାଇ ଘରୁ ବାହାରନ୍ତୁ।
ମିଥୁନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।
କର୍କଟ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ମାନ-ସମ୍ମାନ ମିଳିବ।
ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ।
କନ୍ୟା: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଚାକିରିକୁ ନେଇ ଚିନ୍ତିତ ରହିବେ। ଅଳେଇଚ ଖାଇ ଘରୁ ବାହାରନ୍ତୁ।
ତୁଳା: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। ଚିନ୍ତିତ ରହିବେ।
ବିଛା: ବ୍ୟସ୍ତତା ଭିତରେ ଦିନ କଟିବ। ଯାନବାହନ ସୁଖ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।
ଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା ଧନ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।
ମକର: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଅସୁସ୍ଥତା ଅନୁଭବ କରିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ।
କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ବିବାହ ସ୍ଥିର ହୋଇପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।
ମୀନ: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।