ମେଷ: ଅଟକି ରହିଥିବା କାମ ପୂରା ହେବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି।
ବୃଷ: କାହା ସହିତ ଭୁଲ୍ ବୁଝାମଣା ହେବାର ସମ୍ଭାବନା ଅଛି। ଦେହ ଅସୁସ୍ଥ ହୋଇପାରେ। ମନ ଉଦାସ ରହିବ।
ମିଥୁନ: ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଦିନଟି ଭଲରେ କଟିବ।
କର୍କଟ: ମାନସମ୍ମାନ ବଢ଼ିବ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ପ୍ରୋତ୍ସାହନ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।
ସିଂହ: ଅଳସୁଆ ଲାଗିବ। ତେଣୁ କାମରେ ବାଧା ସୃଷ୍ଟି ହେବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବାଧା ଉପୁଜିପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।
କନ୍ୟା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ଶୁଭ ଫଳ ମିଳିବ।
ତୁଳା: ସବୁ କ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ସହ ସଂପର୍କ ଭଲ ରହିବ।
ବିଚ୍ଛା: ଦିନଟି ମଧ୍ୟମ ଧରଣର ରହିବ। କୌଣସି କାମ ଅଧାରେ ଅଟକି ଯିବାରୁ ମନ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
ଧନୁ: ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ା ପାଇଁ ମନ ବ୍ୟଗ୍ର ହୋଇପାରେ। କୌଣସି କାର୍ଯ୍ୟରେ ଅସଫଳତା ଆପଣଙ୍କୁ ହତାଶ କରିପାରେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।
ମକର: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନ ସୁଖରେ କଟିବ। ସ୍ୱାସ୍ଥ୍ୟ ଭଲ ନ ରହିପାରେ। ମହିଳାଙ୍କ ସହ କଳହ ହୋଇପାରେ।
କୁମ୍ଭ: ଆର୍ଥିକ ଲାଭ ମିଳିପାରେ। ଉତ୍ସାହ ବଢ଼ିବ। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିଛି। ଆୟ ବଢ଼ିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।