୩୦ ସେପ୍ଟେମ୍ବର, ରବିବାର: ଏହି ରାଶିର ଲୋକେ ମହିଳା ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ

ମେଷ: ଆର୍ଥିକ ନେଣଦେଣ ବେଳେ ସାବଧାନ ରୁହନ୍ତୁ। ପରିବାରରେ କାହା ସହିତ ମତାନ୍ତର ହୋଇପାରେ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବୃଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଫୂର୍ତ୍ତି ଅନୁଭବ କରିବେ। ଧନଲାଭ ଯୋଗ ରହିଛି। ମିଥୁନ: କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ବ୍ୟବହାର ଯେମିତି କାହାକୁ କଷ୍ଟ ନ ଦିଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଧାର୍ମିକ ସ୍ଥଳୀକୁ ଯାଆନ୍ତୁ, ମନରେ ଶାନ୍ତି ଅନୁଭବ […]

RasiFala

RasiFala

Jitendra Garnayak
  • Published: Sunday, 30 September 2018
  • Updated: 30 September 2018, 07:44 AM IST

Sports

Latest News

ମେଷ: ଆର୍ଥିକ ନେଣଦେଣ ବେଳେ ସାବଧାନ ରୁହନ୍ତୁ। ପରିବାରରେ କାହା ସହିତ ମତାନ୍ତର ହୋଇପାରେ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ବୃଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଫୂର୍ତ୍ତି ଅନୁଭବ କରିବେ। ଧନଲାଭ ଯୋଗ ରହିଛି।

ମିଥୁନ: କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କ ବ୍ୟବହାର ଯେମିତି କାହାକୁ କଷ୍ଟ ନ ଦିଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଧାର୍ମିକ ସ୍ଥଳୀକୁ ଯାଆନ୍ତୁ, ମନରେ ଶାନ୍ତି ଅନୁଭବ କରିବେ।

କର୍କଟ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଉଭୟ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଦିନଟି ଅନୁକୂଳ ରହିବ। ମହିଳା ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ସବୁ କାର୍ଯ୍ୟରେ ସଫଳତା ପାଇବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ।

କନ୍ୟା: ବିଦେଶରୁ କୌଣସି ଶୁଭ ଖବର ଆସିପାରେ। ମନ ପ୍ରସନ୍ନ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ ଓ ଏଥିପାଇଁ ଅଧିକ ଖର୍ଚ୍ଚ କରିବେ।

ତୁଳା: ଅଯଥା କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ। ବାଦ-ବିବାଦରେ ପଶନ୍ତୁ ନାହିଁ। କାହାକୁ ବାଧିଲା ଭଳି କଥା କୁହନ୍ତୁ ନାହିଁ। ସତର୍କ ରହି ଦିନଟି ଅତିବାହିତ କରନ୍ତୁ।

ବିଛା: ଆମୋଦ-ପ୍ରମୋଦରେ ଦିନଟି କଟିବ। ପୁରୁଣା ବନ୍ଧୁମାନଙ୍କ ସହିତ ସାକ୍ଷାତ ହେବ। ସୁସ୍ୱାଦୁ ଭୋଜନ ଖାଇବେ।

ଧନୁ: ଦିନଟି ଶୁଭ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଭଲ ରହିବ। ସମାଜରେ ମାନସମ୍ମାନ ବଢ଼ିବ। ଶତ୍ରୁ ଆପଣଙ୍କ ପାଖ ମାଡ଼ିବେନି।

ମକର: କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବାକୁ ଚାହୁଁଥିଲେ, ବିଶେଷଜ୍ଞମାନଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। କାହା ସହିତ ମତଭେଦ ହୋଇପାରେ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବେଶ୍ ଭଲ ରହିବ।

କୁମ୍ଭ: ଦିନଟି ମଧ୍ୟମ ଧରଣର ରହିବ। କିଛି ଆଶା ପୂରଣ ହୋଇନପାରେ। କୌଣସି ଦାମୀ ଜିନିଷ କିଣି ପାରନ୍ତି।

ମୀନ: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ସେ ଦୃଷ୍ଟିରୁ ଦିନଟି ଭଲ ଅଛି। ସବୁ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos