ଅଗଷ୍ଟ ୩, ଶୁକ୍ରବାର: ଏହି ରାଶିର ଲୋକେ ହନୁମାନ ଚାଳିଶା ପାଠ କରନ୍ତୁ

ମେଷ: ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। କିଛି ନିଷ୍ପତ୍ତି ନେବା ପୂର୍ବରୁ ଘର ଲୋକଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ବ୍ୟବସାୟରେ ଲାଭ ପାଇବେ। ବୃଷ: ଦିନଟି ଆପଣଙ୍କର ଭଲରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ପିଲାମାନଙ୍କୁ ସଫଳତା ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। କର୍କଟ: ପାରିବାରିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। […]

zodaic

zodaic

Rakesh Mallick
  • Published: Friday, 03 August 2018
  • Updated: 03 August 2018, 07:34 AM IST

Sports

Latest News

ମେଷ: ଦିନଟି ଆପଣଙ୍କ ପାଇଁ ଏତେ ଭଲ ରହିବ ନାହିଁ। କିଛି ନିଷ୍ପତ୍ତି ନେବା ପୂର୍ବରୁ ଘର ଲୋକଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ବ୍ୟବସାୟରେ ଲାଭ ପାଇବେ।

ବୃଷ: ଦିନଟି ଆପଣଙ୍କର ଭଲରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ପିଲାମାନଙ୍କୁ ସଫଳତା ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି।

କର୍କଟ: ପାରିବାରିକ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯଦି କୌଣସି ସ୍ଥାନକୁ ଯାଉଛନ୍ତି, ତା’ହେଲେ ଅଳ୍ପ ବାସ୍ନା ଯୁକ୍ତ ଅତର ପକାଇ ଯାଆନ୍ତୁ।

ସିଂହ: ଚାକିରି କ୍ଷେତ୍ରରେ ଲାଭ ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ।

କନ୍ୟା: ପ୍ରେମ ବ୍ୟାପାରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ତେବେ ଅପରାହ୍ନ ପରେ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ।

ତୁଳା: ଚାକିରି କ୍ଷେତ୍ରରେ ସମସ୍ୟା ବଢ଼ିପାରେ। ହନୁମାନ ଚାଳିଶା ପାଠ କରନ୍ତୁ ସମସ୍ୟା ଦୂର ହୋଇଯିବ।

ବିଚ୍ଛା: ପ୍ରେମ ସମ୍ପର୍କ ନିବିଡ଼ ହେବ। ଅଟକି ରହିଥିବା କାମ ହୋଇଯିବ। ଆଜି ଦିନଟି ଧାଁ ଦୌଡ଼ରେ କଟିବ।

ଧନୁ: ବୈବାହିକ ଜୀବନରେ ସମସ୍ୟା ଦେଖାଦେଇପାରେ। ଯାତ୍ରାରେ ପ୍ରତିବନ୍ଧକ ଆସିପାରେ। କଳା ବସ୍ତୁ ଦାନ କରନ୍ତୁ, ସମସ୍ୟା ଟଳିଯିବ।

ମକର: ପିଲାମାନଙ୍କ ସହ ହସଖୁସିରେ ଦିନଟି କଟିବ। ମାନସମ୍ମାନ ବଢ଼ିବ। ଉପହାର ପାଇପାରନ୍ତି।

କୁମ୍ଭ: ଚିନ୍ତା ଦୂର ହେବ। ଯାନବାହନ କିଣିବାର ଯୋଗ ରହିଛି। ଯୁବବର୍ଗ ପ୍ରେମରେ ପଡ଼ି ପାରନ୍ତି।

ମୀନ: ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଦାୟିତ୍ୱ ବଢ଼ିବ। ବ୍ୟବସାୟକୁ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos