୪ ଜାନୁଆରୀ, ଶୁକ୍ରବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ

ମେଷ: ଦିନଟି ଭଲରେ କଟିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ପରିବାରରେ ହସଖୁସିର ବାତାବରଣ ରହିବ।

ବୃଷ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ଶରୀର ସୁସ୍ଥ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କର୍କଟ: ଅଧିକ ପରିଶ୍ରମ କରିବେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗ ମିଳିବ।

ସିଂହ: ଜଗିରଖି ଚଳନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଭାଗ୍ୟ ବୃଦ୍ଧି ହେବ। ଅପରାହ୍ଣ ପରେ ଚିନ୍ତିତ ରହିବେ। ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଅସୁସ୍ଥ ଅନୁଭବ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ଶୁଭ ଖବର ଶୁଣି ପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି।

ଧନୁ: ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ମକର: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

କୁମ୍ଭ: ମାନ-ସମ୍ମାନ ମିଳିବ। ପଦୋନ୍ନତିର ଯୋଗ ରହିଛି। ଧନପ୍ରାପ୍ତି ଯୋଗ ରହିଛି।

ମୀନ: ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ ନାହିଁ। ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଅଳସୁଆ ଅନୁଭବ କରିବେ।