୭ ନଭେମ୍ୱର, ବୁଧବାର: ଜାଣନ୍ତୁ ଦୀପାବଳିରେ ଆପଣଙ୍କ ଦିନଟି କେମିତି କଟିବ 

ମେଷ: ପରିବାରରେ ହସ ଖୁସିର ପରିବେଶ ରହିବ। ହଜି ଯାଇଥିବା ବସ୍ତୁ ମିଳିବ। ଚିନ୍ତିତ ରହିବେ। ବିଦେଶକୁ ଯାତ୍ରା କରିପାରନ୍ତି।

ବୃଷ: ଯୋଜନା ଅନୁସାରେ କାର୍ଯ୍ୟ କରିବେ। ଶୁଭ ଖବର ଣୁଣି ପାରନ୍ତି। ସୁସ୍ଥ ରହିବେ।

ମିଥୁନ: କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ବଢ଼ିବ।

କର୍କଟ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ। ଲକ୍ଷ୍ମୀ-ନାରାୟଣଙ୍କୁ ପୂଜା କରନ୍ତୁ।

ସିଂହ:ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ।  ଭାଗ୍ୟ ବୃଦ୍ଧି ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

କନ୍ୟା: ମିଠା କଥା କହି ଲୋକଙ୍କୁ ପ୍ରଭାବିତ କରିପାରନ୍ତି। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

 ତୁଳା: ମନ ପ୍ରଫୁଲ୍ଲିତ ରହିବ। ଘରକୁ ଅତିଥି ଆସି ପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

 ବିଚ୍ଛା: ମନୋରଞ୍ଜନ ସ୍ଥାନକୁ ଯାଇ ପାରନ୍ତି। ଅସୁସ୍ଥ ଅନୁଭବ କରିବେ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ମକର: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: ଅଳସୁଆ ଅନୁଭବ କରିବେ। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଭଲ ଖାଦ୍ୟ ଓ ମନପସନ୍ଦର ବସ୍ତ୍ର ମିଳିବାର ସମ୍ଭାବନା ଅଛି।

 ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରେ  ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।