ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଖର୍ଚ୍ଚ ବଢ଼ିବ।
ବୃଷ: ଲାଗି ରହିଥିବା ଚିନ୍ତା ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ।
ମିଥୁନ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମନ ପ୍ରଫୁଲ୍ଲିତ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।
କର୍କଟ: ଦିନଟି ଭଲରେ କଟିବ। ବୁଲିବାକୁ ଯାଇ ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ।
ସିଂହ: କୋର୍ଟ-କଚେରୀ ମାମଲା ଠାରୁ ଦୂରେଇ ରୁହନ୍ତୁ। କୌଣସି କାରଣରୁ ମନ ବିଚଳିତ ରହିବ। ଅସୁସ୍ଥ ଅନୁଭବ କରିବେ।
କନ୍ୟା: ମାନ-ସମ୍ମାନ ମିଳିବ। ମାଆ ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।
ତୁଳା: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଶରୀର ସୁସ୍ଥ ରହିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ।
ବିଛା: ବ୍ୟସ୍ତତା ଭିତରେ ଦିନ କଟିବ। ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ ଲାଭ ମିଳିବ।
ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ମକର: ସୁସ୍ୱାଦୁ ଖାଦ୍ୟ ଖାଇପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।
ମୀନ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।