୯ ଜାନୁଆରୀ, ବୁଧବାର: ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି

ମେଷ: ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଚାକିରିଆମାନଙ୍କର ପଦୋନ୍ନତି ହୋଇପାରେ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ଗଣେଶଙ୍କ ଆରଧନା କରନ୍ତୁ। ମନ ଶାନ୍ତ ରହିବ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଗହଣା କିମ୍ବା ଯାନବାହାନ କିଣିବାର ଯୋଗ ରହିଛି।

ସିଂହ: ମାନସିକ ଅଶାନ୍ତିରେ ରହିବେ। ଅଫିସ୍‌ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କନ୍ୟା: ଅଳସୁଆ ଲାଗିବ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: ଆତ୍ମବିଶ୍ୱାସ ବଢ଼ିବ। ଛାତିରେ ଯନ୍ତ୍ରଣା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ବିଚ୍ଛା: କାର୍ଯ୍ୟରେ ସଫଳତା ମିଳିବ। ଭାଇଭଉଣୀଙ୍କ ସହ ଖୁସିରେ ଦିନଟି କାଟିବେ। ଶୁଭ ସମାଚାର ମିଳିପାରେ।

ଧନୁ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟଠାରୁ ବ୍ୟୟ ଅଧିକ ହେବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ମକର: ଧାର୍ମିକ ସ୍ଥଳୀକୁ ବୁଲି ଯାଇପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

କୁମ୍ଭ: ଆଜି କାହାକୁ ଧାର ଦିଅନ୍ତୁ ନାହିଁ। ଯେତେଦୂର ସମ୍ଭବ ଯାତ୍ରା କରନ୍ତୁ ନାହିଁ, କାରଣ ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ।

ମୀନ: ଦିନଟି ଭଲରେ କଟିବ। ଚାକିରି କରୁଥିବା ଲୋକେ ପ୍ରଶଂସିତ ହେବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।