୧୪ ସେପ୍ଟେମ୍ୱର, ଶନିବାର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ

ମେଷ: ତରବରିଆ ହୋଇ କୌଣସି ନିଷ୍ପତ୍ତ ନିଅନ୍ତୁ ନାହିଁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ଅପରାହ୍ଣ ପରେ ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ମିଥୁନ:  ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଖର୍ଚ୍ଚ ବଢ଼ିବ। ପରିବାରରେ ହସଖୁସିର ପରିବେଶ ରହିବ। ଦୁର୍ଘଟଣା ଯୋଗ ରହିଛି, ସତର୍କ ରୁହନ୍ତୁ। କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଲାଗି ରହିଥିବା ସମସ୍ୟା ସମାଧାନ ହେବ। ମନୋରଞ୍ଜନ […]

astro-ok-new

astro-ok-new

Jyoshna Pradhan
  • Published: Saturday, 14 September 2019
  • Updated: 14 September 2019, 07:18 AM IST

Sports

Latest News

ମେଷ: ତରବରିଆ ହୋଇ କୌଣସି ନିଷ୍ପତ୍ତ ନିଅନ୍ତୁ ନାହିଁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ଅପରାହ୍ଣ ପରେ ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ମିଥୁନ:  ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଖର୍ଚ୍ଚ ବଢ଼ିବ। ପରିବାରରେ ହସଖୁସିର ପରିବେଶ ରହିବ। ଦୁର୍ଘଟଣା ଯୋଗ ରହିଛି, ସତର୍କ ରୁହନ୍ତୁ।

କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଲାଗି ରହିଥିବା ସମସ୍ୟା ସମାଧାନ ହେବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ସିଂହ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଏତେଟା ଭଲରେ କଟିବ ନାହିଁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି।

ତୁଳା: ମନ ବିଚଳିତ ରହିବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ସମୟ ବିତାଇବେ।

ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେବା ପାଇଁ ଯୋଜନା କରିପାରନ୍ତି। ମନ ଖୁସି ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଦ୍ୱନ୍ଦ୍ୱ ଭିତରେ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର: କ୍ୟାରିଅର୍‌ରେ ପରିବର୍ତ୍ତନ କରିପାରନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ଚନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

କୁମ୍ଭ: ଧନପ୍ରାପ୍ତି ଯୋଗ ରହିଛି। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମୀନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos