୧୫ ସେପ୍ଟେମ୍ୱର, ରବିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ଦିନଟି ଖୁସିରେ କଟିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମିଥୁନ: ମନ ଖୁସି ରଖିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ମାନ-ସମ୍ମାନ ମିଳିବ।

କର୍କଟ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।

କନ୍ୟା: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ନୂତନ ବସ୍ତ୍ର କିଣି ପାରନ୍ତି। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି।

ତୁଳା: ନୂତନ କାର୍ଯ୍ୟ କରିବାକ ଯୋଜନା କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ।

ବିଚ୍ଛା:  ପିଲାଙ୍କ ଭବିଷ୍ୟକୁ ନେଇ ଚିନ୍ତିତ ରହିବେ।  ଋଣ ଦିଅନ୍ତୁ ନାହିଁ। ପରିଶ୍ରମ ଅନୁସାରେ ସଫଳତା ପାଇବେ।

ଧନୁ:  ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମକର: ବନ୍ଧଙ୍କୁ ସହ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ।

କୁମ୍ଭ: ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ନୂତନଯାନବାହନ କିଣିପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

ମୀନ:  ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଆଧ୍ୟାତ୍ମିକ ସ୍ଥାନକୁ  ଯାଇପାରନ୍ତି।