୧୬ ସେପ୍ଟେମ୍ବର, ସୋମବାର: ମନ ବିଚଳିତ ରହିବ

ମେଷ: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଅପରାହ୍ଣ ପରେ ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି।

ବୃଷ: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସୁସ୍ଥ ରହିବେ।

ମିଥୁନ: ଦିନଟି ଖୁସିରେ କଟିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କର୍କଟ: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରକୁ ଅତିଥି ଆସିପାରନ୍ତି।

ସିଂହ: ମନ ବିଚଳିତ ରହିବ। ବୌଦ୍ଧିକ ଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ। ଶରୀରରେ ଆଘାତ ଲାଗିପାରେ।

କନ୍ୟା: ବ୍ୟସ୍ତତା ଭିତରେ ଦିନଟି କଟିବ। ଘରେ ହସଖୁସିର ପରିବେଶ ରହିବ। ଶତ୍ରୁଙ୍କଠାରୁ ବିଜୟୀ ହେବେ।

ତୁଳା: ଭାଗ୍ୟ ବୃଦ୍ଧି ହେବ। ନୂତନ ଜିନିଷ କିଣିପାରନ୍ତି। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଚ୍ଛା: ଅଳସୁଆ ଅନୁଭବ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ଧନୁ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ ନିଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ବିବାହ ସ୍ଥିର ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: ମାଲିମକଦ୍ଦମାରେ ବିଜୟୀ ହେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ।

ମୀନ: ପରିବାର ସଦସ୍ୟଙ୍କ ସହ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।